୨୬ରେ ମାଡ଼ ହେବ ବାତ୍ୟା ‘ୟଶ୍’, ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ନଯିବା ପାଇଁ ପରାମର୍ଶ

Published By : Prameya-News7 Bureau | May 19, 2021 IST

ଭୁବନେଶ୍ୱର ୧୯।୦୫: ମେ’ରେ ପୁଣି ବାତ୍ୟା ଭୟ । ଆସନ୍ତା ୨୬ରେ ଉପକୂଳରେ ମାଡ଼ ହେବ ବାତ୍ୟା ‘ୟଶ’ । ସମୁତ୍ର ଭିତରକୁ ମତ୍ସଜୀବୀଙ୍କୁ ନଯିବା ପାଇଁ ପରାମର୍ଶ ଦେଲା ପାଣିପାଗ ବିଭାଗ । ଓଡିଶା ଉପରେ ବାତ୍ୟାର ପ୍ରଭାବ ପଡିବ ବୋଲି ପାଣିପାଣ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ତେବେ ବାତ୍ୟା କେଉଁ ସ୍ଥାନ ଛୁଇଁବ , ତାହା ବର୍ତ୍ତମାନ କହିବା ଅସମ୍ଭବ ।

ପ୍ରାକ୍‌ ଆକଳନ ଅନୁଯାୟୀ, ୨୨ରେ ବଙ୍ଗୋପସାଗର ଲଘୁଚାପ  ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପରେ  ୨୨ରେ ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଏହାର ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ ଉପରେ ପଡ଼ିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ଏହି ବାତ୍ୟା ପ୍ରଭାବରେ ଆସନ୍ତା ୨୫ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇପାରେ।

ଏଥିସହିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରିଛି ଯେ, ସୁପର ସାଇକ୍ଲୋନ୍‌ ‘ୟଶ୍’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ମେ ୨୩-୨୫ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.