Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

24/11/2020 at 8:26 AM

ଭୁବନେଶ୍ୱର ୨୪।୧୧: ଆସୁଛି ବାତ୍ୟା ‘ନିଭାର୍’ । ଆସନ୍ତା ୪୮ଘଣ୍ଟା ଭିତରେ ବାତ୍ୟାର ରୂପ ନେବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ । ଓଡ଼ିଶାକୁ ବିପଦ ନଥିଲେ ବି ୨୫ରୁ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସ୍.ଆର୍.ସି

ଭାରତ ମହାସାଗରରେ ଆସୁଛି ଆଉ ଏକ ବାତ୍ୟା ନିଭାର୍ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି ।ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ପରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ୍ ଓ ମାମଲାପୁରମ୍ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି। ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ନାହିଁ । କିନ୍ତୁ ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୬ ତାରିଖରେ ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବା ସହ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖାଦେବ ।

   Related Posts