Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଦୀପାବଳି ପରେ ଆହୁରି ଶୀତ, ତାପମାତ୍ରା ୩ ରୁ ୪ଡିଗ୍ରୀ କମିପାରେ…

14/11/2020 at 7:59 AM

ଭୁବନେଶ୍ୱର ୧୪।୧୧: ଦୀପାବଳି ପରେ ପୁଣି ରାଜ୍ୟକୁ ଫେରିବ ଶୀତ । ଗତ ୩ ଦିନ ହେଲା ପୂର୍ବତରଙ୍ଗାୟିତ ପବନ ବୋହୁଥିବାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ର ବଢିଥିଲା । ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା । କିନ୍ତୁ ଆଜିଠାରୁ ପୂର୍ବା ପବନ ଦୁର୍ବଳ ହେବା ସହ ଆକାଶ ନିର୍ମଳ ରହିବ ସମ୍ଭାବନା ଥିବାରୁ, ରାଜ୍ୟରେ ତାପମାତ୍ରା କମିବ । ଆଉ ଶୀତ ମଧ୍ୟ ବଢିବ । ଏମିତି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ବିଭାଗ ଅନୁସାରେ , ୨ ରୁ ୩ ଦିନ ହେବ ବଙ୍ଗୋପସାଗର ଅଞ୍ଚଳରୁ ଆସୁଥିବା ପବନ ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରରେ ବୃଦ୍ଧି ଘଟିଥିଲା । କିନ୍ତୁ ପୂର୍ବ ଦିଗରୁ ବୋହୁଥିବା ପବନ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଆସନ୍ତା ୨ରୁ ୩ ଦିନରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ତାପମାତ୍ରା ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଏବଂ ଉପକୂଳ ଜିଲ୍ଲା ଗୁଡିକରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।

ସେହିପରି ଗତ ୨୪ଘଣ୍ଟାରେ ସୋନପୁର ଠାରେ ସର୍ବନିମ୍ନ ୧୪.୨ ଡିଗ୍ରୀ , ଦାରିଙ୍ଗିବାଡ଼ି ଠାରେ ୧୪ ଏବଂ କୋରାପୁଟ ୧୪.୬ ଡିଗ୍ରୀ ରାତ୍ରୀକାଳୀନ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏବଂ ୬ ରୁ ୭ଦିନ ମଧ୍ୟରେ ଉତ୍ତର-ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ୱଳ୍ପ ବର୍ଷା ହୋଇପାରେ । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବାର ରେକର୍ଡ କରାଯାଇଛି ।  

   Related Posts