ଓଡିଶାରୁ ଫେରୁଛି ମୌସୁମୀ, ୩୦ ତାରିଖ ଯାଏଁ ରାଜ୍ୟରେ ଭାରି ବର୍ଷା ନାହିଁ !

Published By : Prameya-News7 Bureau | October 26, 2020 IST

ଭୁବନେଶ୍ୱର ୨୬।୧୦: ଫେରୁଛି ମୌସୁମୀ। ୨୪ ଘଣ୍ଟା ମଧ୍ୟରେ  ଭିତରେ ଓଡିଶାରୁ ଫେରିଯିବ ମୌସୁମୀ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଭାରି ବର୍ଷାର ସତର୍କ ସୂଚନା ନାହିଁ।

ମତ୍ସ୍ୟଜୀବୀ ଓ କୃଷି ମାନଙ୍କ ପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ କୌଣସି ୱାର୍ଣ୍ଣିଂ ଜାରି ହୋଇନାହିଁ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ଉତ୍ତର ଆରବ ସାଗର ଅଂଚଳ, ଝାଡଖଣ୍ଡ, ଛତିଶଗଡ, ମଧ୍ୟ ପ୍ରଦେଶ ଓ ଗୁଜରାଟ ରାଜ୍ୟର ବଳକା ସ୍ଥାନରୁ ମୌସୁମୀ ବାୟୁ ବାହୁଡିବା ନେଇ ପାଗ ଅନୁକୁଳ ରହିଛି । ଏହାସହ କେନ୍ଦ୍ରୀୟ ଆରବ ସାଗର, ଉତ୍ତର ମହାରାଷ୍ଟ୍ର, ଏବଂ ଓଡିଶାର ପଶ୍ଚିମ ଓ ଉତ୍ତର ଓଡିଶାରୁ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୂକୁଳ ରହିଛି ବୋଲି  ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସେହିପରି କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକଙ୍କ  ଆକଳନ ଅନୁଯାୟୀ,  ଆସନ୍ତା ୨୯ କିମ୍ବା ୩୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ମିଆଁମାର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ପରବର୍ତ୍ତୀ ସମୟରେ ଏହା ଲଘୁଚାପ ରୂପ ନେଇପାରେ। ଯାହାକି ପୂର୍ବ ଉତ୍ତର ବଙ୍ଗୋପସାଗରକୁ ଆସିବ । ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିନପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.