ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ, ଆଜିଠୁ ୫ଦିନ ଯାଏଁ ପ୍ରବଳ ବର୍ଷା

Published By : Prameya-News7 Bureau | October 19, 2020 IST

ଭୁବନେଶ୍ୱର ୧୯।୧୦: ଲଘୁଚାପ ଆଣୁଛି ବଡ ବର୍ଷା । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣରୁ ଉପକୂଳ ପ୍ରବଳ ବର୍ଷିବ। ଆଜିଠୁ ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଆଜି ପାଇଁ ଉପକୂଳ ଜିଲ୍ଲା ସମେତ ମୟୁରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, ରାୟଗଡ଼ା,କୋରାପୁଟ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଏହି ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥି ସହିତ ମାଲକାନଗିରି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପିରି ୨୧ତାରିଖରେ ମାଲକାନଗିରି, କୋରାପୁଟ,ରାୟଗଡା ଓ ପୁରୀ ଜିଲ୍ଲା ଏବଂ ୨୨ରୁ ୨୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଳାରେ ପ୍ରବଳ ବର୍ଷା ହେବାର ଅଛି । ଏହି ସବୁ ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି।

ବିଶେଷ କରି ଗଞ୍ଜାମ, ଗଜପତି, ମାଲକାନାଗିରି ଜିଲ୍ଲାରେ ଅଧିକ ଫୋକସ ରଖାଯାଇଛି। ୮ଟି ଜିଲ୍ଲାରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି କରାଯାଇଛି। ବଂଶଧରା, ରୁଶିକୁଲ୍ୟା, ନାଗାବଳି ନଦୀରେ ଥିବା ଜଳଭଣ୍ଡାରର ଜଳ ସଂରକ୍ଷଣ ସ୍ତରକୁ କମାଯାଇଛି । ତେଣୁ ଭୟଭୀତ ହେବାର କାରଣ ନାହିଁ ବୋଲି ଜଳସମ୍ପଦ ବିଭାଗ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.