ଜଳୁଛି ଓଡ଼ିଶା : ୨୯ ଯାଏଁ ୧୦ ଜିଲ୍ଲା ପାଇଁ ହିଟ୍ ୱେଭ୍ ସତର୍କତା ଜାରି , ଆବଶ୍ୟକ ପଦକ୍ଷେପ ପାଇଁ ସବୁ ଜିଲାପାଳଙ୍କୁ ଏସ୍ଆରସିଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | May 25, 2020 IST

ଭୁବନେଶ୍ୱର ୨୫।୦୫: ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି। ଗତକାଲି ରାଜ୍ୟର ୧୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଟିଟିଲାଗଡ଼ରେ ସର୍ବାଧିକ ୪୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ପରିସ୍ଥିତିକୁ ଦେଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨୯ ତାରିଖ ଯାଏଁ ୧୦ ଜିଲା ପାଇଁ ହିଟ୍ ୱେଭ୍ ସତର୍କ ସୂଚନା ଜାରି କରାଯାଇଛି।

ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଅସୁସ୍ଥ,ଛୋଟ ପିଲା, ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଉତ୍ତର ଭାରତରେ ଆଗାମୀ ଦୁଇଦିନ ପାଇଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗ୍ରୀଷ୍ମ ପ୍ରବାହକୁ ନେଇ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ ଓ ରାଜସ୍ଥାନକୁ ରେଡ ଆଲର୍ଟ ଜାରି କରାଯାଇଛି । ଏହା ସହିତ ପୂର୍ବ ଉତ୍ତରପ୍ରଦେଶ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଆଗାମୀ ଦୁଇଦିନ ମଧ୍ୟରେ ଏହି ସବୁ ଅଞ୍ଚଳରେ ତାପମାତ୍ରା ୪୭ଡିଗ୍ରୀ ସେଲସିୟସ୍ ରେ ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.