ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

Published By : Prameya-News7 Bureau | August 27, 2020 IST

ଭୁବନେଶ୍ୱର ୨୭।୦୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଛି। ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ,ଦେବଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ ପାଇଁ ରେଡ୍  ଵାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ସେହିଭଳି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମାଲକାନଗିରି, କୋରାପୁଟ, କନ୍ଧମାଳ, ନୂଆପଡ଼ା ଓ ନବରଙ୍ଗପୁର ପାଇଁ ଅରେଞ୍ଜ ଵାର୍ଣ୍ଣିଂ ବା ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହା ପରେ ବର୍ଷା ପ୍ରକୋପ କମିବ। ପ୍ରବଳ ବର୍ଷା ପାଇଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟର ଉତ୍ତର ଓ ଉପକୂଳବର୍ତୀ ସଂଲଗ୍ନ ୯ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

କେନ୍ଦ୍ରାପଡା ଜିଲ୍ଲାରେ ୧୬୮.୩ମିମି। ସୁବର୍ଣ୍ଣପୁର୧୬୨.୩ମିମି। ଜଗତସିଂହପୁର ୧୪୬.୫ମିମି। ବୌଦ୍ଧ ୧୩୩.୩ମିମି। କେନ୍ଦୁଝର ୧୨୪.୮ମିମି, ମୟୂରଭଂଜ ୧୨୨.୨ମିମି, ଭଦ୍ରକ ୧୧୭ମିମି, ଯାଜପୁର୧୧୫.୦ମିମିଓ କଟକ ୧୦୧.୯ମିମି ବର୍ଷା ରେକର୍ଡ କରାଯାଇଛି ।୨୦୨୦ରୁ ଜୁନରୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ହିସାବ କଲେ ରାଜ୍ୟରେ ୬% ଅଧିକ ବର୍ଷା ରେକର୍ଡ ହୋଇଛି। ମାଲକାନଗିରି, ଭଦ୍ରକ, କେନ୍ଦ୍ରାପଡା ଓ କଟକ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୨୬ଟି ଜିଲ୍ଲାରେ ବର୍ଷା ସ୍ବାଭାବିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.