Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠୁ ବଢ଼ିବ ବର୍ଷାର ପରିମାଣ , ୯ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ

26/08/2020 at 7:17 AM

ଭୁବନେଶ୍ୱର ୨୬।୦୮: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ଥିଲା। ଉପକୂଳରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷିଥିବା ସୂଚନା ମିଳିଛି। ତେବେ ଆଜିଠୁ ବର୍ଷାର ପରିମାଣ ବଢ଼ିବ।

ସେହିପରି ବିଶେଷକରି ଉତ୍ତର ଓ ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ରାଜ୍ୟର ୯ ଜିଲ୍ଲା ରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ତେଣୁ ଏହି ସବୁ ଜିଲ୍ଲାଗୁଡିକୁ ରେଡ୍  ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଅନୁଗୁଳ, ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଓ କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ ବୋଲି  ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯ।ଇଛି ।  ଏହି ଲଘୁଚାପ ବର୍ଷା ଯୋଗୁଁ ମହାନଦୀ, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢ଼ିବ ଓ ବନ୍ୟା ପରିସ୍ଥିତି ହୋଇପାରେ । ଅନ୍ୟପକ୍ଷରେ ବର୍ଷା ପରିମାଣ ବଢିବା ସହିତ ଆକସ୍ମିକ ବନ୍ୟା, ଭୂସ୍ଖଳନ ସମ୍ଭାବନା ରହିଛି । ଏସବୁକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି  ସ୍ବତନ୍ତ୍ର ରିଲିଫ୍ କମିସନର । ବିଡ଼ିଓ, ତହସିଲଦାରଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।

   Related Posts