Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ବଢିବ ତାତି : ରାଜ୍ୟରେ ୧୬ରୁ ଉପରମୁହାଁ ହେବ ପାରଦ, ୧୫ଯାଏଁ କାଳବୈଶାଖୀ ଜାରି

10/05/2020 at 10:32 AM

ଭୁବନେଶ୍ୱର ୧୦।୦୫: ଏଯାବତ୍‌ ଆଶ୍ୱସ୍ତ ରଖିଥିବା ଗ୍ରୀଷ୍ମ ତା’ର ପ୍ରକୋପ ବଢ଼ାଇବ । ଆସନ୍ତା ୧୬ ତାରିଖରୁ ରାଜ୍ୟବ୍ୟାପୀ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣ ହେଉ କି ଉପକୂଳ ଓଡ଼ିଶା, ସବୁଠି ଅସହ୍ୟ ଗରମ ଅନୁଭୂତ ହେବ । ମେ’ ଅଧାରେ ନିଆଁ ବର୍ଷିବ ଓଡ଼ିଶାରେ । ଉପକୂଳରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁବ । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ ।

Summer heat on the thermometer

ଶନିବାର ରାଜ୍ୟର ୫ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଅତିକ୍ରମ କରିଥିଲା । ତାଳଚେର ସର୍ବାଧିକ ୪୨.୧ ଡିଗ୍ରୀ ତାତିରେ ସିଝିଥିବା ବେଳେ ଟିଟିଲାଗଡ଼ ୪୨, ଭବାନୀପାଟଣା ୪୦.୫, ମାଲକାନଗିରି ୪୦, ପାରଳାଖେମୁଣ୍ଡି ୪୦ ଡିଗ୍ରୀ ସେଲସିୟସ୍‌ରେ ନାକେଦମ୍‌ ହୋଇଛି । ଉପକୂଳ ଓଡ଼ିଶାରେ ପାରଦ ୩୭ ଡିଗ୍ରୀ ଅତିକ୍ରମ କରିଛି । ଭୁବନେଶ୍ୱରରେ ପାରଦ ୩୮ ଡିଗ୍ରୀରେ ପହଞ୍ଚିଛି । ରାଜ୍ୟରେ ଗରମ ପ୍ରକୋପ ବଢ଼ିଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଆସନ୍ତା ୫ ଦିନ ଯାଏଁ କାଳବୈଶାଖୀ ଜାରି ରହିବ । ତା’ ପରେ ଅସହ୍ୟ ଗରମ ଅନୁଭୂତ ହେବ ।

ରବିବାର ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ନଚେତ୍‌ ୧ ଡିଗ୍ରୀ ପାରଦ ଖସିପାରେ । ହେଲେ ସୋମବାର ତାପମାତ୍ରା ବଢ଼ି ୪୦ ଡିଗ୍ରୀ ଛୁଇଁପାରେ । ତା’ ପରେ କ୍ରମଶଃ ତାତି କମିବ । ୧୪ ତାରିଖବେଳକୁ ଭୁବନେଶ୍ୱର ତାପମାତ୍ରା ୩୫-୩୬ ଡିଗ୍ରୀ ପାଖାପାଖି ରହିପାରେ ।

ବର୍ତ୍ତମାନ ବଙ୍ଗୋପସାଗରର ଦକ୍ଷିଣରୁ ରାଜ୍ୟକୁ ପବନ ପ୍ରବାହିତ ହେଉଛି । ୧୫ ତାରିଖ ପରେ ପବନର ଦିଗ ବଦଳିବ । ପଶ୍ଚିମରୁ ଗରମ ପବନ ବହିବ । ଏହା ପ୍ରଭାବରେ ପାଗ ବଦଳିବ । ଆସନ୍ତା ୧୮ ତାରିଖବେଳକୁ ଭୁବନେଶ୍ୱରରେ ଦିନ ତାପମାତ୍ରା ପୁଣି ୪୦ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ଅଛି । ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପାରଦ ୪୨ ଡିଗ୍ରୀ ବଢ଼ିପାରେ । ବଲାଙ୍ଗିର ତାପମାତ୍ରା ୪୪ ଡିଗ୍ରୀ ପାଖାପାଖି ପହଞ୍ଚିଯିବା ସମ୍ଭାବନା ଅଛି । ରବିବାର ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜାରି ରହିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୧୦, ୧୧ ଓ ୧୪ରେ କାଳବୈଶାଖୀ ସମ୍ଭାବନା ଅଛି ।

ତେବେ ୧୫ରୁ ପାଗ ବଦଳିବା ସହ ଗରମ ବଢ଼ିବ । ଉପକୂଳ ଓଡ଼ିଶାରେ ଆଦ୍ର୍ର୍ରତା ଅଧିକ ରହିବା ଯୋଗୁ ତାପମାତ୍ରା ଯେତିକି ରହିବ, ତା’ଠାରୁ ୫ ଡିଗ୍ରୀ ଅଧିକ ଗରମ ଭଳି ଅନୁଭୂତ ହେବ । ଚଳିତବର୍ଷର ସବୁଠୁ ଅଧିକ ତାତି ଅନୁଭୂତ ହେବ ୧୫ ତାରିଖ ପରେ । ଡକ୍ଟର ପଶୁପାଳକ ଆହୁରି କହିଛନ୍ତି, ପୂର୍ବ ଆକଳନ ଅନୁଯାୟୀ ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଜଳପତ୍ତନ ତାପମାତ୍ରା ବଢ଼ିବା ସହ ସେହି ସମୟରେ ମିଆଁମାର ଓ ଦକ୍ଷିଣ ବାଂଲାଦେଶ ଅଞ୍ଚଳରେ ଜଳପତ୍ତନ ତାପମାତ୍ରା କମ୍‌ ରହିବ । ଏହି ଘୂର୍ଣ୍ଣିବଳୟ ମନ୍ଥର ଗତିରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୧ ତାରିଖବେଳକୁ ଏହାର ରୂପରେଖ ବାବଦରେ ସ୍ପଷ୍ଟ ଆକଳନ କରାଯାଇପାରିବ ।

   Related Posts