Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ମୌସୁମୀ ନିଖୋଜ : ଶ୍ରାବଣରେ କାଟୁଛି ଖରା, ଚିନ୍ତାରେ ଚାଷୀ

21/07/2020 at 8:29 AM

ଭୁବନେଶ୍ୱର ୨୧।୦୭: ଓଡ଼ିଶାକୁ ଧୋକା ଦେଲା ମୌସୁମୀ । ଠିକ୍‌ ସମୟରେ ଆସିଲା । କିନ୍ତୁ, ଏଯାଏଁ ଆଶାନୁଯାୟୀ ବର୍ଷା ନାହିଁ । ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ଶୁଖିଲା ପଡ଼ିଛି । ଆକାଶରେ ମେଘୁଆ ବାଦଲ ଭାସୁଛି । ହେଲେ ବରଷୁ ନାହିଁ । କାଁଭାଁ ବର୍ଷା ହେଉଛି । ଧାରା ଶ୍ରାବଣରେ କ୍ଷେତ ଶୁଖିଲା ପଡ଼ି ରହିଛି । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ଦୁଇଦିନ କିଛି କିଛି ଜାଗାରେ ବର୍ଷା ହେବ । ହେଲେ ପୁଣି ପାଗ ଶୁଖିଲା ରହିବ । ଆସନ୍ତା ୫ ତାରିଖ ଭିତରେ ଉପକୂଳ ଓଡ଼ିଶାରେ ବର୍ଷା ହେଲେ ମଧ୍ୟ ନିଅଣ୍ଟିଆ ସ୍ଥିତି ଲାଗି ରହିବ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ରାଜ୍ୟରେ ଚଳିତବର୍ଷ ମୌସୁମୀରେ ଭଲ ବର୍ଷା ହୋଇନାହିଁ । ଉପକୂଳ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ଅନୁମାନ କରାଯାଉଛି, ରାଜ୍ୟରେ ଏବେ ବିଶେଷ ବର୍ଷା ନାହିଁ । ମୌସୁମୀ ଟ୍ରଫ ସ୍ୱାଭାବିକ ରହିଲେ ବର୍ଷା ବଢ଼ିଥାଏ । ମୌସୁମୀ ଟ୍ରଫ୍‌ର ପୂର୍ବଭାଗ ପଶ୍ଚିମବଙ୍ଗ, ଓଡ଼ିଶା ଓ ଏହା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ରହିଲେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହୁଏ । ମାତ୍ର ମୌସୁମୀ ଟ୍ରଫ୍‌ର ପୂର୍ବଭାଗ ଏବେ ହିମାଳୟ ଉପରେ ରହୁଛି । ତେଣୁ ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ସପ୍ତାହେ ଭିତରେ ମଧ୍ୟ ସ୍ୱାଭାବିକ ସ୍ଥିତି ଆସିଲା ଭଳି ଲାଗୁନି ।

ଦ୍ୱିତୀୟତଃ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେଲେ ବର୍ଷା ବଢ଼େ । ହେଲେ ଚଳିତ ମାସ ଶେଷ ସୁଦ୍ଧା ସେମିତି ଲକ୍ଷଣ ଦେଖାଯାଉନି । ଆକଳନ କରାଯାଉଛି, ୨୧ ଓ ୨୨ରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । କେତେକ ସ୍ଥାନରେ ୩୫ରୁ ୬୪ ମିଲିମିଟର ବର୍ଷା ହୋଇପାରେ । ଆସନ୍ତା ୨୩ ତାରିଖରେ ବାଂଲାଦେଶ, ପଶ୍ଚିମବଙ୍ଗ ଓ ବିହାର ଉପରେ ଲଘୁଚାପ ରହିପାରେ । ଏହା ପଶ୍ଚିମକୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨୩ରେ ରାଜ୍ୟର ଅଧିକାଂଶ ଜାଗାରେ ମଧ୍ୟମ ଧରଣର ବର୍ଷା ହେବ ।

୨୪ରେ ଉତ୍ତର ଓଡ଼ିଶାରେ ବର୍ଷା ହେବ । ତା’ ପରେ ପୁଣି ପାଗ ଶୁଖିଲା ରହିବ । ୨୮ରେ ପୁଣି କିଛି ବର୍ଷା ହେବ । ତା’ ପରେ ୨୯ରେ ସ୍ୱଳ୍ପ ବର୍ଷା ହେବ । ୩୦ରୁ ୫ ଅଗଷ୍ଟ ଯାଏଁ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୨୧ରୁ ୩୧ ତାରିଖ ଭିତରେ ରାଜ୍ୟରେ ରାଜ୍ୟରେ ହାରାହାରି ୮୦ ମିମିରୁ କମ୍‌ ବର୍ଷା ହୋଇପାରେ । ଯାହାକି ସ୍ୱାଭାବିକ ବର୍ଷାରୁ ୨୦% କମ୍‌। ଉପକୂଳ ଓଡ଼ିଶାରେ ଏବେ ବର୍ଷା କମ୍‌ ଅଛି । ଆସନ୍ତା ୫ ଅଗଷ୍ଟ ସୁଦ୍ଧା ଉପକୂଳ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିବ।

ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ଯେତିକି ହେବା କଥା, ସେତିକି ବର୍ଷା ହୋଇନି । ଏବେ ବି ୫% କମ୍‌ ବର୍ଷା ରହିଛି । ଉପକୂଳର ୬ ଜିଲ୍ଲା ସମେତ ମୋଟ ୭ଟି ଜିଲ୍ଲାରେ ବର୍ଷାର ଘୋର ଅଭାବ ସ୍ଥିତି ରହିଛି । ଏଥିଯୋଗୁ ଉପକୂଳ ଓଡ଼ିଶାରେ ଚାଷ କାମ ଆଗେଇପାରୁନି ।

ପୁରୀ ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ୪୭% କମ୍‌ ବର୍ଷା ହୋଇଛି । ସେହିପରି ଯାଜପୁରରେ ୩୫%, ଖୋର୍ଦ୍ଧାରେ ୪୦%, କେନ୍ଦ୍ରାପଡ଼ାରେ ୩୨%, ବାଲେଶ୍ୱରରେ ୨୯%, କଟକରେ ୩୪%, ସୋନପୁରରେ ୨୨% କମ୍‌ ବର୍ଷା ହୋଇଛି । ପାଣିପାଗ ବିଭାଗ କହିଛି, ଏବେ କିଛି କିଛି ଜାଗାରେ ବର୍ଷା ହେବ । ୨୨ ଓ ୨୩ରେ ବର୍ଷା ବଢ଼ିପାରେ । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ ।

   Related Posts