ଦୁଇ ଦିନ ପରେ କମିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ

Published By : Prameya-News7 Bureau | January 19, 2022 IST

ଭୁବନେଶ୍ୱର ୧୯।୦୧: ବଦଳିବ ପାଗ । ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହା ପରେ ଲଗାତର ତିନି ଦିନ ଯାଏ ସର୍ବନିମ୍ନ ତାପମାତ୍ରା ବଢ଼ିବ । ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ । ଫଳରେ ଶୀତ କମିବ । ଆଞ୍ଚଳିକ ପାଣିପାଗ ବିଭାଗ ମଙ୍ଗଳବାର ଏଭଳି ପୂର୍ବାନୁମାନ କରିଛି ।

ବୁଧବାର ରାଜ୍ୟରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମଙ୍ଗଳବାର ଦାରିଙ୍ଗିବାଡ଼ି ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ୯.୮, ବାରିପଦାରେ ୧୦.୫, ଚାନ୍ଦବାଲିରେ ୧୦.୮, ନୟାଗଡ଼ରେ ୧୧, ବାଲେଶ୍ୱରରେ ୧୧.୫, ହାରୀକୁଦରେ ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.