Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆସନ୍ତାକାଲି ୯ଟା ଯାଏଁ କେହି ଘରୁ ବାହାରନ୍ତୁ ନାହିଁ : SRC

26/09/2021 at 1:55 PM

ଭୁବନେଶ୍ୱର ୨୬।୦୯: ସଂଧ୍ୟାରେ ବାତ୍ୟାର ରୂପ ନେଇଛି ଗୁଲାବ । ଦିନ ୧୧ଟା ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୁରରେ ଥିଲା, ଆଶା କରାଯାଉଛି ବିଳମ୍ବିତ ସଂଧ୍ୟାରୁ ରାତି ମଧ୍ୟରେ ଲ୍ୟାଣ୍ଡଫଲ୍ ହେବ । ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ ହେବ । ଗଜପତି, ରାୟଗଡା, ମାଲକାନାଗିରି ଜିଲ୍ଲା ଦେଇ ଅତିକ୍ରମ କରିବ । ୮୫ରୁ ୯୫ କିମି ବେଗରେ ପବନ ବୋହିବ ଓଡିଶାରେ । ଧୀରେ ଧୀରେ ପବନର ବେଗ କମିବ । ଏହାପରେ ୬୦ରୁ ୭୦ କିମି ବେଗରେ ଗଂଜାମ ଗଜପତିରେ ପବନ ହେବାର ସମ୍ଭାବନା । କୋରାପୁଟ, ରାୟଗଡା, ଗଜପତିରେ ଆସନ୍ତାକାଲି ପ୍ରଭାବ ରହିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି ।

ଏସଆରସିଙ୍କ ଆକଳନ ଅନୁଯାୟୀ, ବାତ୍ୟା ପୂର୍ବରୁ ଓ ପରେ ମୁଖ୍ୟତଃ ୩ ପ୍ରକାର ସମସ୍ୟା ହେବାର ସମ୍ଭାବନା ରହିଛି। ପବନ, ଭୂସ୍ଖଳନ ଓ ବନ୍ୟା ହେବାର ସମ୍ଭାବନା ରହିଛି । ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ । ଗଛ ଓ ଖୁଣ୍ଟି ଉପୁଡିପାରେ । ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ରହିଛି। ନାଗାବଳି, ଋଷିକୂଲ୍ୟା ଓ ବଂଶଧାରାରେ ବନ୍ୟା ପାଣି ଆସିପାରେ । ଫ୍ଲାସ୍ ଫ୍ଲଡ୍ ଆସିପାରେ। ଏଥିପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେହିପରି  ଋଷିକୂଲ୍ୟାର ରିଜର୍ଭରରେ ଥିବା ପାଣି ୬୦ ପ୍ରତିଶତକୁ ଖସାଇ ଦିଆଯିବ । ବଡ ବନ୍ୟାର ଆଶଙ୍କା ନାହିଁ । ବଡ ଧରଣର ବନ୍ୟାକୁ ମୁକାବିଲା ପାଇଁ କିଛି ଡ୍ୟାମ ଓ କେନାଲରୁ ପାଣି ନିଷ୍କାସନ କରାଯାଉଛି । ସବୁ ଉଦ୍ଧାରକାରୀ ଦଳ ଆଲର୍ଟ ଅଛନ୍ତି । କୋଷ୍ଚଗାର୍ଡ ଓ ନାଭାଲର ସହାୟତା ପାଇଁ ଆଲୋଚନା ହୋଇଛି । ସବୁ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିଛନ୍ତି । କେବଳ ପାରଦ୍ବୀପରେ ଗୋଟିଏ ବୋଟ୍ ଖରାପ ଅଛି, କୋଷ୍ଟ ଗାର୍ଡ ଉଦ୍ଧାର କରୁଛି ।

ସେପଟେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ବାତ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ।  କଳାହାଣ୍ଡିକୁ ସତର୍କ କରାଯାଇଛି । ଏହା ବାଦ ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁରକୁ ହାଇ ଆଲର୍ଟ କରାଯାଇଛି । ଦିନ ୪ଟା ସୁଦ୍ଧା ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରାଯିବ । ସ୍ଲୋପ୍ , କଚ୍ଚା, ଲୋ ଲାଇନ ଏରିଆରୁ ସ୍ଥାନାନ୍ତରଣ କରାଯିବ । ଏସଓପି ଅନୁସାରେ ସମସ୍ତ କାର୍ଯ୍ୟ ହେବ । ଗର୍ଭବତୀଙ୍କୁ ପ୍ରଧାନ୍ୟ ଦିଆଯିବ । କୌଣସି ପ୍ରାଣ ହାନୀ ନ ହେବା ପାଇଁ ନିର୍ଦ୍ଦେଶ  ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ନିୟମ ପାଳନ କରାଯିବ , ସେଲଟର୍ ହୋମରେ ଅଳ୍ପ ଅଳ୍ପ ଲୋକଙ୍କୁ ରଖାଯିବା ପାଇଁ ନିର୍ଦ୍ଦେଶ । ସେମାନେ ଫେରିବା ପରେ କୋଭିଡ୍ ଲକ୍ଷଣ ଉପରେ ନଜର ରଖାଯିବ । କଳାହାଣ୍ଡିରେ ଅଧିକ ସତର୍କ ରଖାଯାଇଛି । କାରଣ ବାତ୍ୟାକୁ କେବେ ସମ୍ମୁଖୀନ କରି ନାହାନ୍ତି ଜିଲ୍ଲାବାସୀ । ଆସନ୍ତା ୨ ଦିନ ପାଇଁ ସ୍କୁଲ ବନ୍ଦ । ମଂଗଳବାର ସ୍ଥିତି ଦେଖି ସ୍କୁଲ ଖୋଲିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ସମସ୍ୟା ଆସିଲେ ଏସଆରସିଙ୍କ ଅଫିସକୁ ଜଣାଇବେ ।

ଏସଆରସିଙ୍କ ପକ୍ଷରୁ ଅନୁରୋଧ , ସେ ଆଜି ସଂଧ୍ୟାରୁ ଆସନ୍ତା କାଲି ୯ଟା ଯାଏଁ କେହି ବାହାରକୁ ଯାଅନ୍ତୁ ନାହିଁ । କଚ୍ଚା ଘରେ ଥିଲେ ପକ୍କା ଘରକୁ ଯାଅନ୍ତୁ । ପାହାଡିଆ ଅଞ୍ଚଳରେ ନଦୀ, ନାଳରେ ପାଣି ଫସିବାର ସମ୍ଭାବନା ଅଛି । ତେଣୁ ପାଣି ଥିବା ବେଳେ କେହି ପ୍ରବେଶ କରନ୍ତୁ ନାହିଁ । ଯାତାୟତ କରନ୍ତୁ ନାହିଁ ବୋଲି କହିଛନ୍ତି ।

   Related Posts