Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

28/07/2021 at 10:56 AM

ଭୁବନେଶ୍ୱର ୨୮।୦୭: ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ଫଳରେ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଜିଲ୍ଲାଗୁଡିକର ଅଧିକାଂଶ ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ଅନୁଗୁଳ, ଡେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଧା ଓ ସମ୍ବଲପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ଉତ୍ତର ବଙ୍ଗୋପସାଗର ଏବଂ ଉପକୂଳ ଓଡ଼ିଶାରେ ଘଣ୍ଟାକୁ ୪୦ ରୁ ୫୦ କିମି ବେଗରେ ପବନ ବହିପାରେ । ଗଭୀର ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯିବାକୁ ମତ୍ସଜୀବୀମାନଙ୍କୁ ବାରଣ କରାଯାଇଛି । ତଳିଆ ଅଞ୍ଚଳ ଜଳମଗ୍ନ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।

   Related Posts