Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଅକ୍ଟୋବର ଛାଡ଼ିବନି ବର୍ଷା ; ଆସିବ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ !

14/10/2020 at 9:31 AM

ଭୁବନେଶ୍ୱର ୧୪।୧୦: ଅକ୍ଟୋବରରେ ଛାଡ଼ିବନି ବର୍ଷା । ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ଆସିବ । ଯାହାକି ରାଜ୍ୟରେ ବର୍ଷା କରାଇବ । ଏଥିପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟରୁ ବିଦାୟ ନେଲାବେଳକୁ ମାସର ଶେଷ ସପ୍ତାହ ହୋଇଯିବ । ଏଭଳି ଆକଳନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।

ପାଣିପାଗ ବିଭାଗ ଅନୁଯାୟୀ, ଅବପାତ ପ୍ରଭାବରେ ଗତ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଅବପାତ ଆନ୍ଧ୍ରର କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁଛି । ଏବେ ଏହା ତେଲେଙ୍ଗାନା ଉପରେ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ବୁଧବାରଠାରୁ ବଡ଼ ବର୍ଷାର ସମ୍ଭାବନା ନାହିଁ । ତଥାପି ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ହେବ ।

ପାଣିପାଗ ବିଶେଷଜ୍ଞ ଡକ୍ଟର ପଶୁପାଳକ କହିଛନ୍ତି, ବର୍ତ୍ତମାନ ସକ୍ରିୟ ଥିବା ଅବପାତ ତେଲେଙ୍ଗାନା ଉପରୁ ପଶ୍ଚିମ ଆଡ଼କୁ ଗତି କରୁଛି । ଏହାର ପ୍ରଭାବ ରାଜ୍ୟ ଉପରେ ଜାରି ରହିବ । ଏହା ପଛକୁ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବ । ଏହାଦ୍ୱାରା ରାଜ୍ୟରେ ଅକ୍ଟୋବର ଶେଷ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଜାରି ରହିବ।
ଅନୁମାନ କରାଯାଉଛି, ୧୪ ତାରିଖରେ ଭୁବନେଶ୍ୱର ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ମଧ୍ୟମରୁ ପ୍ରାୟତଃ ଭାରି (୬୫ ମିମି ପର୍ଯ୍ୟନ୍ତ) ବର୍ଷା ସମ୍ଭାବନା ଅଛି ।

ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ ଆଉ କେତେକ ସ୍ଥାନରେ ଅଧିକ ବର୍ଷା ହୋଇପାରେ, ୧୫ରେ ବର୍ଷା କମିଯିବ । ୧୬ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । କେତେକ ମଡେଲ୍‌ କହୁଛି, ୧୬ ତାରିଖରେ ଓ ୨୩ ତାରିଖରେ ପୃଥକ ପୃଥକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବ । ଆଉ କେତେକ ମଡେଲ୍‌ କହୁଛି, ଏହା କେବଳ ଘୂର୍ଣ୍ଣିବଳୟରେ ସୀମିତ ରହିବ । ଲଘୁଚାପ ହେଉ କି ନ ହେଉ, ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ ।

ଚଳିତ ମାସର ତୃତୀୟ ସପ୍ତାହରେ (୧୪-୨୧ ତାରିଖ) ଉପକୂଳ ଜିଲ୍ଲାରେ ହାରାହାରି ୭୦ ମିମି ବର୍ଷା ହୋଇପାରେ । ବାକି ଅଞ୍ଚଳରେ ସ୍ପଳ୍ପରୁ ମଧ୍ୟମ (୪୫ ମିମି ପର୍ଯ୍ୟନ୍ତ) ଧରଣର ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ବର୍ଷା ରହିବ । ଉତ୍ତର ଆଭ୍ୟନ୍ତରୀଣରେ ୧୯ରୁ ୨୨ ତାରିଖ ଭିତରେ ମଧ୍ୟମ ଧରଣର ବର୍ଷା (୩୦ ମିମି) ପର୍ଯ୍ୟନ୍ତ ହୋଇପାରେ । ଚତୁର୍ଥ ସପ୍ତାହରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସମୁଦାୟ ବର୍ଷା ୬୫ ମିମି ଏହାର ସମ୍ଭାବନା ଅଛି।

ଅନୁମାନ କରାଯାଉଛି, ରାଜ୍ୟରେ ବର୍ଷାର ପରିମାଣ କିଛି ମାତ୍ରାରେ କମିବ । ତେବେ ପାଗ ପୂରା ଶୁଖିଲା ରହିବ ନାହିଁ । ୧୪ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୧୫ରେ ରାଜ୍ୟର ଅଳ୍ପ କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୧୬ ତାରିଖରେ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧୭ରେ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ରାଜ୍ୟରେ ଏବେ ଲଗାଣ ବର୍ଷା ସମ୍ଭାବନା ନାହିଁ । ତଥାପି ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ହେବ । ୧୭ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ୨୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ସାମାନ୍ୟ ବଢ଼ିପାରେ ।

   Related Posts