Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଆସୁଛି ବାତ୍ୟା “ନିଭାର୍” : ଆଜି ଲ୍ୟାଣ୍ଡଫଲ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁଡୁଚେରିରେ ୧୪୪ ଧାରା ଜାରି

25/11/2020 at 8:16 AM

ନୂଆଦିଲ୍ଲୀ ୨୫।୧୧: ଭାରତ ମହାସାଗରରେ ଆସୁଛି ବାତ୍ୟା ନିଭାର୍ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୧୪୫ କିମି ବେଗରେ ଏହା ମାଡ଼ ହେବ । ଧିରେଧିରେ ଘନୀଭୂତ ହେଉଛି ବାତ୍ୟା ‘ନିଭାର’ । ଉପକୂଳ ଅତିକ୍ରମ ବେଳେ ପବନର ବେଗ ରହିବ ୧୨୦ ରୁ ୧୩୦କିମି । ଝଟକା ପବନ ବେଳେ ବେଗ ୧୪୫ କିମି ରହିବା ସମ୍ଭାବନା ରହିଛି ।

ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଦେଇ ଅତିକ୍ରମ କରିବା ସମ୍ବାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ପରେ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ୍ ଓ ମାମଲାପୁରମ୍ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି। ଆଜି ସନ୍ଧ୍ୟାରେ କରାଇକାଲ୍ ଓ ମାମଲାପୁରମ୍ ମଧ୍ୟରେ ନିଭାର ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଚି ବୋଲି ଆଇଏମଡି ଆକଳନ କରିଛି। ଲ୍ୟାଣ୍ଡଫଲ ବେଳକୁ ସମୁଦ୍ରରେ ୨ ମିଟର ପଯ୍ୟନ୍ତ ଜୁଆର ଆସିପାରେ । ତେଣୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁଡୁଚେରିରେ ୧୪୪ ଧାରା ଜାରି କରାଯାଇଛି । କଟକଣା ଗତ ରାତି ୯ ଟାରୁ ଲାଗୁ ହୋଇଥିବା ବେଳେ ୨୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି। ବାତ୍ୟା ମୁକାବିଲା ନେଇ ତାମିଲନାଡୁ ଏବଂ ପୁଡୁଚେରି ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଚନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରରୁ ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଆଶ୍ବାସନ।

ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ୍ ର ୩୦ଟି ଟିମ୍ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁ ଚେରିରେ ମୁତୟନ କରାଯାଇଛି। ତାମିଲନାଡୁ ଏବଂ ପୁଡୁଚେରିରେ ୯ଟି ଟିମ୍ ମୁତୟନ କରାଯାଇଚି। ଆରାକୋନାମ ଏବଂ ବିଜୟୱାଡାରେ ଗୋଟିଏ ଲେଖାଏଁ NDRF battalion ମୁତୟନ କରାଯାଇଥିବା ସୂଚନା ଦେଇଚନ୍ତି NDRF ଡିଜି ଏସ . ଏନ୍ . ପ୍ରଧାନ । 

   Related Posts