ଦୁଇ ଦିନ ଧରି ଘଡଘଡି ସହ ବର୍ଷା , ମାର୍ଚ୍ଚ ୪ରୁ ଉପରମୁହାଁ ହେବ ପାରଦ

Published By : Prameya-News7 Bureau | February 24, 2020 IST

ଭୁବନେଶ୍ବର ୨୪।୦୨: ମାର୍ଚ୍ଚ ୪ରୁ ବଢିବ ଖରା । ଉପରମୁହାଁ ରହିବ ପାରଦ । କିନ୍ତୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ଉପରେ ଟ୍ରପଲାଇନ ପଭାବରେ ଏଭଳି ପାଗ ଲାଗି ରହିବ ବୋଲି ପ।ଣିପାଗ ବିଭାଗ ପୂର୍ବାନୁମାନ କରିଛି ।

{"id":228375,"sizeSlug":"large"}

 ବିଶେଷ କରି ସୋମବାର ଏବଂ  ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅଧିକାଶଂ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମଙ୍ଗଳବାର ଦିନ ପୁରୀ,କଟକ, କେନ୍ଦ୍ରାପଡା, ଯାଜପୁରର ,ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ବର୍ଷା ପରେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖାଯିବ ଏବଂ କ୍ରମଶଃ ଖରା ବଢ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.