ପାଣିପାଗ : ଦୁଇଦିନ ପରଠୁ ଗରମ, ବିଭିନ୍ନ ସ୍ଥାନରେ କୁହୁଡି

Published By : Prameya-News7 Bureau | January 12, 2019 IST

ଭୁବନେଶ୍ବର ୧୨|୧: ରାଜ୍ୟରେ ଏବେ ସୁଖିଲା ରହିଛି ପାଗ । ଧିରେ ଧିରେ ବଢୁଛି ରାତ୍ରୀର ତାପମାତ୍ରା । ଏବଂ ଏହା ତିନିରୁ ଚାରି ଦିନ ପରେ ଧିରେ  ଧିରେ ଆହୁରି ଅଧିକ ବଢିବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଗତକାଲି ରାଜ୍ୟର ୪ଟି ସହର – ଦାରିଙ୍ଗବାଡି, ଅନୁଗୁଳ, ସୁନ୍ଦରଗଡ ଓ କେନ୍ଦୁଝର ରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି ।,ତେବେ ଦାରିଙ୍ଗବାଡି ସର୍ବନିମ୍ନ  ୭.୫ ଡିଗ୍ରି ସେଲସିୟସ ତାପମାତ୍ରା ରେକଡ ହୋଇଥିବା ସୁଚନା ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ଉତ୍ତର –ପୁର୍ବରୁ ପବନର ଗତି ଥିବାରୁ ଏବେ ଆଭ୍ୟନ୍ତର ଓଡିଶାର କିଛିଟା ସ୍ଥାନରେ କୁହୁଡି ମଧ୍ୟ ଦେଖିବାକୁ ମିଳିଥିବା ସୁଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.