Monday, February 18, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଗାମୀ ୪୮ ଘଣ୍ଟା ଯାଏଁ କା ଭାଁ ବର୍ଷା, ୧୬ ତାରିଖରୁ ପୁଣି କାଚିବା ସମ୍ଭାବନା

ଭୁବନେଶ୍ବର୧୨|୯: ଉତ୍ତର ୱଷ୍ଟ ବେଙ୍ଗଲରୁ ଆଭ୍ୟନ୍ତର ଓଡିଶା ଯାଏଁ ବାୟୁ ମଣ୍ଡଳର ଉପରି ଭାଗରେ ରହିଛି ଏକ ଟ୍ରାପ ଲାଇନ୍ । ଯାହାର ପ୍ରଭାବରେ ଉତ୍ତର ଓ ଉପକୁଳ ଓଡିଶାରେ କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ଆଗାମି ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କାଭାଁ ବର୍ଷା ର ସମ୍ଭାବନା ରହିଛି । ଏହି ସମୟରେ ଘଡଘଡି ସହ ବର୍ଷା ହୋଇପାରେ । ସେହିଭଳି ଦିନରେ ଗୁଳୁଗୁଳି ଓ ଖରାର ପ୍ରଭାବ ଅଧିକ ଦେଖିବାକୁ ମିଳୁଥିବାରୁ ସଂଧ୍ୟା ସମୟରେ କେତେକ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ୧୬ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣିବଳୟ ସୃଷ୍ଟି ହେବାର ସମ୍ଭାନା ରହିଛି। ଯଦି ଏହା ଯୋର ହୁଏ ତେବେ ୧୬ ତାରିଖ ପରେ ଉତ୍ତର ଓଡିଶାରେ ବର୍ଷାର ପ୍ରଭାବ ବଢିପାରେ ବୋଲି ସୁଚନା ଦେଇଛନ୍ତି ବିଶେଷଜ୍ଞ ଶରତ ସାହୁ ।

1781 Views

   ସମ୍ବନ୍ଧିତ ଖବର