ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଖସିଛି ପାରଦ

Published By : Prameya-News7 Bureau | June 22, 2018 IST

ସପ୍ତାହେ ଧରି ଲାଗି ରହିଥିବା ଅସହ୍ୟ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଖସିଛି ପାରଦ । ପଶ୍ଟିମ ଓଡିଶାକୁ ଛାଡି ଦେଲେ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ୩ ରୁ ୫ ଡିଗ୍ରୀ ଖସିଛି ପାରଦ । ରାଜ୍ୟର କେତେକ ସ୍ଥାନରେ ଗତ ୨୪ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି । ଅନୁଗୁଳରେ ୧୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୩୬ ଘଣ୍ଟା ପାଇଁ ଉପକୂଳ ଓ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣି -ପଶ୍ଟିମ ମୌସୁମୀ ବାୟୁ ଏପର୍ଯ୍ୟନ୍ତ ରାଜ୍ୟରେ ସକ୍ରିୟ ହୋଇନି । ପୂର୍ବ ଭାରତରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ବି ସ୍ଥିର ରହିଛି । ଉତ୍ତର ଓ ଉତ୍ତର ପୂର୍ବର ଦିଗରୁ ପବନ ବହୁଥିବାରୁ ଗରମ ଅନୁଭୂତ ହେଉଥିଲା । ହେଲେ ଏବେ ପବନର ଗତି ବଦଳିଛି । ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରୁ ପବନ ବହୁଛି । ସେଥିପାଇଁ ପାରଦ ଖସିଛି । ଆସନ୍ତା ୨୩ ରୁ ୨୫ ତାରିଖ ମଧ୍ୟରେ ମୌସୁମୀ ସକ୍ରିୟ ହେବ । ୨୫ରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଜୁନ୍ ୧ ରୁ ୨୧ ମଧ୍ୟରେ ଯେତିକି ବର୍ଷା ହେବା କଥା ତାଠାରୁ ୩୭ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.