ପୁଣି ରାଜ୍ୟରେ ତାତି

Published By : Prameya-News7 Bureau | June 16, 2018 IST

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବା ଫଳରେ ପୁଣି ରାଜ୍ୟରେ ତାତି ବଢିଛି । ତେବେ ଏପରି ପାଗ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣପାଗ ବିଭାଗ କହିଛି । ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଥିବାରୁ ଆସନ୍ତା ୨୩ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ନାହିଁ। ଏହାପରେ ପାଗରେ ପରିବର୍ତନ ଆସିପାରେ। ଯଦି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ ତେବେ ତାହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ । ନ ହେଲେ ମୌସୁମୀ ପୁଣିଥରେ ସକ୍ରିୟ ହେବାକୁ ସମୟ ଲାଗିବ। ତେବେ ଗତକାଲି ଭୁବନେଶ୍ବରର ତାପମାତ୍ରା ୪୦.୨ ଡିଗ୍ରୀ ଥିବା ବେଳେ କଟକର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.