ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ

Published By : Prameya-News7 Bureau | October 21, 2021 IST

ଭୁବନେଶ୍ୱର ୨୧/୧୦: ଆଜିଠୁ ରାଜ୍ୟରେ ଶୁଖିଲା ପାଗ ରହିବ । ଗଜପତି, ଗଞ୍ଜାୟ, ରାୟଗଡ଼ା, କୋରାପୁଟ, ପୁରୀ ଓ ଜଗତସିଂହପୁରର ଗୋଟିଏ ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । କିନ୍ତୁ ଅନ୍ୟ ଜିଲ୍ଲାରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ବୁଧବାର ଚାନ୍ଦବାଲିରେ ସର୍ବାଧିକ ୧୭ ମିଲିମିଟର ବର୍ଷା ହୋଇଛି । ପାରାଦୀପରେ ମାତ୍ର ୦.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବାକି ସବୁ ଅଞ୍ଚଳରେ ବର୍ଷା ହୋଇନି ଓ ପାଗ ଶୁଖିଲା ରହିଛି । ସେହିଭଳି ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ଜାରି ରହିଛି । ବୁଧବାର ବାରିପଦା ଓ ମାଲକାନଗିରି ଦେଇ ଏହା ଫେରିଛି । ୨୩ ତାରିଖ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ରାଜ୍ୟରୁ ଫେରିଯିବ ବୋଲି ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.