Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଗରମ ଆହୁରି ବଢିବ, ୪ ଦିନ ଯାଏଁ ମିଳିବନି ଆଶ୍ୱସ୍ତି

9/03/2021 at 8:08 AM

ଭୁବନେଶ୍ୱର,୦୯/୦୩: ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଛି ତାତିର ପ୍ରକୋପ  । ଅନେକ ସ୍ଥାନରେ ଗରମ ବଢ଼ିଛି । ୯ଟି ସ୍ଥାନରେ ଦିନ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ଉପରେ ଅଛି । ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ ଗରମରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ଏପରିକି ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରୀ ତଳକୁ ଖସି ଆସିଛି । ପାଣିପାଗ ବିଭାଗ କହିଛି, ଆହୁରି ୩/୪ ଦିନ ଏଭଳି ସ୍ଥିତି ରହିବ । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ, ୧୧ ତାରିଖବେଳକୁ ଉପକୂଳ ଓଡ଼ିଶାରେ ପୁଣି ତାତି ବଢ଼ିପାରେ। ସୋମବାର ଭବାନୀପାଟଣା ଓ ବୌଦ୍ଧରେ ପାରଦ ୩୯ ଡିଗ୍ରୀ ଛୁଇଁଥିଲା । ଝାରସୁଗୁଡ଼ା ତାପମାତ୍ରା ୩୮.୨, ସମ୍ବଲପୁର ୩୮.୪, ସୁନ୍ଦରଗଡ଼ ୩୮, ହୀରାକୁଦ ୩୮.୫, ତାଳଚେର ୩୭.୧, ବଲାଙ୍ଗିର ୩୮.୨, ମାଲକାନଗିରି ୩୮.୫, ଟିଟିଲାଗଡ଼ ୩୭.୨, ସୋନପୁର ୩୮.୨ ଡିଗ୍ରୀ ଥିଲା । ସମଗ୍ର ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଥିଲା ।

ଉପକୂଳ ଓଡ଼ିଶାରେ ପାଗ ସୋମବାର ଆଂଶିକ ମେଘୁଆ ଥିଲା । ଖରା ପ୍ରକୋପ କମ୍‌ ରହିଥିଲା । ମଙ୍ଗଳବାର ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜାଗାରେ ସକାଳବେଳା ସାମାନ୍ୟ କୁହୁଡ଼ି ହେବ । ଦିନବେଳା ଭୁବନେଶ୍ୱରରେ ଆଂଶିକ ମେଘୁଆ ରହିପାରେ ।

   Related Posts