ଆସୁଛି ଆଉ ଏକ ଲଘୁଚାପ, ସେପଟେ ୨୭ ତାରିଖ ଯାଏଁ ୫ ଜିଲ୍ଲାକୁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | May 23, 2020 IST

ଭୁବନେଶ୍ୱର, ୨୩|୦୫: ଆସୁଛି ଆଉ ଏକ ଲଘୁଚାପ । ୩୦ ତାରିଖ ସୁଦ୍ଧା ଲଘୁଚାପ ଦକ୍ଷିଣ ଆଣ୍ଡାମାନ ନିକଟରେ ଘନୀଭୂତ ହେବାର ସମ୍ଭାବନା ରହିଛି । ଏପରି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞା​ନକେନ୍ଦ୍ର । କିନ୍ତୁ ଆଶ୍ବାସନାର ବିଷୟ ହେଲା ଏହି ଲଘୁଚାପ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ନାହିଁ । ଅଷ୍ଟେ୍ରଲିଆ ଉପକୂଳରେ ଏକ ସାଇକ୍ଲୋନିକ୍ ଷ୍ଟର୍ମ ସୃଷ୍ଟି ହେଉଥିବାରୁ ତା ପ୍ରଭାବରେ ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଯିବ ବୋଲି ଆକଳନ କରୁଛନ୍ତି ପାଣିପାଗ ବିଜ୍ଞାନୀ ।

{"id":274866,"width":745,"height":391,"sizeSlug":"large"}

ସେପଟେ ରାଜ୍ୟ ପାଇଁ ଆଶ୍ବସ୍ତିକର ବିଷୟ ହେଉଛି ଏଥର ମୌସୂମୀ ଠିକ୍ ସମୟରେ ଓଡ଼ିଶା ଛୁଇଁବ । ବାତ୍ୟା ଅମ୍ଫାନ ଯୋଗୁଁ ମୌସୁମୀ ବିଳମ୍ବିତ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା  ଦୂର ହୋଇଛି । ଏଥର ମୌସୁମୀ ଜୁନ୍ ୫ରେ କେରଳ ଛୁଇଁବ । ଏହାର ସପ୍ତାହକ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ ।

{"id":274867,"width":755,"height":404,"sizeSlug":"large"}

ସାମୁଦ୍ରିକ ଝଡ ଅମ୍ଫାନ ପରେ ଏବେ ରାଜ୍ୟରେ ତାତି ବଢିଛି । ଅନେକ ସହରର ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପ୍ରବଳ ଉତ୍ତାପ ସାଙ୍ଗକୁ ଝାଞ୍ଜି ପବନ ବହୁଛି ।  ୨୭ ତାରିଖ ଯାଏ ଅନୁଗୁଳୁ, ସୋନପୁର, ବୌଦ୍ଧ, ବଲାଙ୍ଗରୀ ଓ କଳାହାଣ୍ଡି ଜିଲ୍ଲା ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ରାଜ୍ୟର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢିପାରେ । ୩୦ ତାରିଖରୁ ଗୁଳୁଗୁଳି କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

{"id":274868,"width":751,"height":445,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.