Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ

9/05/2021 at 7:56 AM

ଭୁବନେଶ୍ୱର, ୦୯/୦୫ : କମିଛି ତାତି । ରାଜ୍ୟରେ ଗ୍ରୀଷ୍ମ ପ୍ରକୋପରୁ ଏବେ ସାମାନ୍ୟ ଆଶ୍ୱସ୍ତି ରହିଛି । ମାତ୍ର ଆସନ୍ତା ଦୁଇଦିନ ପରେ ପୁଣି ତାତି ପ୍ରକୋପ ବଢ଼ିବ । ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ । ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ଗତ କିଛଦିନ ହେବ ରାଜ୍ୟରେ କାଳବୈଶାଖୀ ଜାରି ରହିଛି । ଶନିବାର ଅପରାହ୍ନରେ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ପ୍ରାୟ ୨୦ ମିଲିମିଟର ବର୍ଷା ହୋଇଥିଲା ରାଜଧାନୀରେ । ରାତିରେ ବି କିଛି ସ୍ଥାନରେ ବର୍ଷା ହୋଇଛି ।

ଶନିବାର ରାଜ୍ୟର ସର୍ବାଧିକ ତାତି ଅନୁଭୂତ ହୋଇଥିଲା ବୌଦ୍ଧରେ । ପାରଦ ଛୁଇଁଥିଲା ୪୦.୫ ଡିଗ୍ରୀ । ଏହାବାଦ୍‌ ଭୁବନେଶ୍ୱର ୩୯.୭, ବଲାଙ୍ଗିର ୩୯.୨, ଟିଟିଲାଗଡ଼ ୩୯.୫, ପାରଳାଖେମୁଣ୍ଡି ୩୯, ସୋନପୁର ୩୮.୨ ଡିଗ୍ରୀ ସେଲସିୟସ୍‌ରେ ସିଝିଥିଲା । ପ୍ରାୟତଃ ପାରଦ ୩୬-୩୭ ଡିଗ୍ରୀ ଉପରେ ଥିଲା ।

ପାଣିପାଗ ବିଭାଗ କହିଛି, ରବିବାର ଉତ୍ତର ଓଡ଼ିଶାର ଅଳ୍ପ କେତେକ ସ୍ଥାନ ସମେତ ବୌଦ୍ଧ, କନ୍ଧମାଳ, ନୟାଗଡ଼, କଳାହାଣ୍ଡି, ଗଜପତି, ରାୟଗଡ଼ାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ସମ୍ବଲପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ରେ ଘଡ଼ଘଡ଼ି ସହ ଧୂଳିଝଡ଼ ଏବଂ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ରହିଛି । ୧୦ ତାରିଖରେ ମଧ୍ୟ କେତେକ ଜାଗାରେ ବର୍ଷା, ପବନ ହୋଇପାରେ । ତା’ପରେ କାଳବୈଶାଖୀ ପ୍ରଭାବ କମିପାରେ । ଅନ୍ୟପକ୍ଷରେ ରାଜ୍ୟରେ ପୁଣି ଗ୍ରୀଷ୍ମ ତାଉ ବଢ଼ିବ ।

   Related Posts