Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଉପକୂଳ ଓଡିଶାରେ ତାତିରୁ ତ୍ରାହି, ୭ ଦିନ ଯାଏଁ ବଢିବନି ପାରଦ

8/04/2021 at 8:02 AM

ଭୁବନେଶ୍ୱର,୦୮/୦୪: ଉପକୂଳ ଓଡ଼ିଶାରେ କମିଛି ତାତି । ଗରମ ମଧ୍ୟ କମ୍‌ ରହିଛି । ସାମୁଦ୍ରିକ ପବନ ପ୍ରବାହରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବଢ଼ିବାର ସମ୍ଭାବନା ନାହିଁ । ତେଣୁ ଖରାରୁ ତ୍ରାହି ମିଳିବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାରେ ତାତି ଦୁଇ ଦିନ ଯାଏଁ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିପାରେ ।  

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢ଼ିବ ନାହିଁ । ଅପରପକ୍ଷରେ ବର୍ଷା କିମ୍ବା ମେଘୁଆ ପାଗ ଯୋଗୁ କେତେକ ସ୍ଥାନରେ ସାମୟିକ ଭାବେ ତାପମାତ୍ରା କମିପାରେ । ବୁଧବାର ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ଉପକୂଳ ଅଞ୍ଚଳରେ ବହୁଥିଲା । ଗୁରୁବାରଠାରୁ କ୍ରମଶଃ ସାମୁଦ୍ରିକ ପବନ ଉତ୍ତର ଆନ୍ଧ୍ର ଉପକୂଳ ସହିତ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳ, ଗଜପତି, ରାୟଗଡ଼ା ଏବଂ ଆଭ୍ୟନ୍ତରୀଣ ଗଞ୍ଜାମରେ ପ୍ରବାହିତ ହେବ । ରାଜ୍ୟର ବାକି ଅଞ୍ଚଳରେ ମଧ୍ୟ ପଶ୍ଚିମା ଗରମ ପବନ ସିଧା ବହିବ ନାହିଁ ।

ସେହିପରି ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଅଞ୍ଚଳରେ ୧୨ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ୧୩ ଓ ୧୪ରେ ମେଘୁଆ ପାଗ ସହ କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଅଛି । ଏହି ଦୁଇ ଦିନରେ ସର୍ବୋଚ୍ଚ ତାପମାତ୍ରା ସାମୟିକ ଭାବେ କମିପାରେ । ୧୦ ତାରିଖରୁ ଉତ୍ତର ଉପକୂଳ ଏବଂ ୧୧-୧୨ ତାରିଖରେ ଉଭୟ ଉତ୍ତର ଏବଂ ଦକ୍ଷିଣ ଉପକୂଳରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।  ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ୧୦ ଓ ୧୧ରେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ବର୍ଷା ହେଲେ ବି ଏହି ଦୁଇଦିନ ତାପମାତ୍ରା କମିଲେ ମଧ୍ୟ ୪୦ ଡିଗ୍ରୀ ପାଖାପାଖି ରହିବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୧୧ ଓ ୧୨ରେ ହାଲୁକା ବର୍ଷା ହେବ । ବାକି ସ୍ଥାନରେ ତାତି ଅପରିବର୍ତ୍ତିତ ରହିପାରେ। ଉପକୂଳ ସଂଲଗ୍ନ ଜିଲ୍ଲାରେ ୧୧ ଓ ୧୨ରେ ଗୋଟିଏ ଦୁଇଟି ସ୍ଥାନରେ ଓ ୧୩-୧୪ରେ କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି। ରାତି ତାପମାତ୍ରାରେ ମଧ୍ୟ ସପ୍ତାହେ ଯାଏଁ ବିଶେଷ ପରିବର୍ତ୍ତନ ହେବନି ।

ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପ୍ରାୟତଃ ତାପମାତ୍ରା ଅପରିବର୍ତ୍ତିତ ରହିପାରେ । ଆସନ୍ତା ଦୁଇ ଦିନ ବଲାଙ୍ଗିର, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ତାତି ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବା ଆଶଙ୍କା ଅଛି ।

ଅନ୍ୟପକ୍ଷରେ ଆସନ୍ତା ୨-୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଓ ପବନ ହୋଇପାରେ । ୮ ତାରିଖ (ଗୁରୁବାର) ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରିରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଏଥିମଧ୍ୟରୁ କେତେକ ସ୍ଥାନରେ ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

   Related Posts