ଫେରିବ ତାତି, ୩ ଡିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା

Published By : Prameya-News7 Bureau | May 25, 2022 IST

ଭୁବନେଶ୍ୱର,୨୫/୫ : ରାଜ୍ୟରେ ଆଜିଠାରୁ ତାପମାତ୍ରା କ୍ରମଶଃ ବଢ଼ିବ । ଦିନବେଳା ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିଯିବ । ସୋମବାର ରାତିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଢେଙ୍କାନାଳରେ ସର୍ବାଧିକ ୬୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତାଳଚେରରେ ୪୨ମିମି ବର୍ଷା ହୋଇଛି । ପବନ ଓ ଘଡ଼ଘଡ଼ି ସହ ରାତିତମାମ ନିର୍ଧୁମ ବର୍ଷିଛି ।

ଯାଜପୁରରେ ସୋମବାର ରାତିରେ ୨୮.୪ମିମି, ପାରଳାଖେମୁଣ୍ଡିରେ ୨୭.୮, ଝାରସୁଗୁଡ଼ାରେ ୨୭, ବୌଦ୍ଧରେ ୨୨, ଦେବଗଡ଼ ୨୧.୪, ଅନୁଗୁଳରେ ୨୦, ଭୁବନେଶ୍ୱରରେ ୧୬.୮, ବରଗଡ଼ରେ ୧୬.୬, କୋରାପୁଟରେ ୧୪.୬, କଟକରେ ୧୧.୪ମିମି ବର୍ଷା ରେକର୍ଡ ହୋଇଛି । ଆଜି ଦିନବେଳା ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଥଣ୍ଡା ଥିଲା । କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ବିଶେଷ ଗରମ ଅନୁଭୂତ ହୋଇନଥିଲା ।

ବୌଦ୍ଧରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୨.୨, ଟିଟିଲାଗଡ଼ରେ ୪୧.୬, ଭବାନୀପାଟଣାରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହି ୩ ଜିଲ୍ଲାକୁ ଛାଡି ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩୮ ଓ ୩୭ ଡିଗ୍ରୀରୁ କମ୍ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.