Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୫ ସହରରେ ପାରଦ ୪୦ ଡିଗ୍ରୀ ଟପିଲା, ଆଗକୁ ଆହୁରି ବଢିବ ତାତି

19/04/2021 at 8:10 AM

ଭୁବନେଶ୍ୱର,୧୯/୦୪: ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ି ଚାଲିଛି । ୫ଟି ସହରରେ ପାରଦ ରବିବାର ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ଏହାମଧ୍ୟରୁ ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀରେ ପହଁଚିଥିଲା ।

ପାଣିପାଗ ବିଭାଗର କହିବାନୁସାରେ, ବର୍ତ୍ତମାନ ରାଜ୍ୟରେ ତାତି ପ୍ରକୋପ ଅଧିକ ରହିବ । ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ସେଲ୍‌ସିୟସ ବଢ଼ିପାରେ । ତା’ ପରେ କିଛିଦିନ ଅପରିବର୍ତ୍ତିତ ରହିବ । ଏଥିଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଟପିପାରେ । ରବିବାର ସୋନପୁର ତାପମାତ୍ରା ୪୧.୮, ମାଲକାନଗିରି ୪୦.୫, ବୌଦ୍ଧ ୪୦.୫, ଭବାନୀପାଟଣା ୪୦.୨ ଡିଗ୍ରୀ ଥିଲା । ସେହିପରି ଅନୁଗୁଳର ତାପମାତ୍ରା ୩୯.୯ ଡିଗ୍ରୀ ଥିବାବେଳେ ତାଳଚେର ୩୯.୭, ଝାରସୁଗୁଡ଼ା ୩୯.୫, ହୀରାକୁଦ ୩୯.୧, ସମ୍ବଲପୁର ୩୯, ନୟାଗଡ଼ ୩୯ ଓ ଭୁବନେଶ୍ୱର ୩୮.୬ ଡିଗ୍ରୀ ରେକର୍ଡ ହୋଇଥିଲା ।

ଅନୁମାନ କରାଯାଉଛି ଯେ, ସୋମବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ସ୍ଥାନରେରେ ଧୂଳିଝଡ଼ ଆଶଙ୍କା ଅଛି । ସ୍ଥାନେ ସ୍ଥାନେ ପବନର ବେଗ ୩୦ରୁ ୪୦ କିମି ରହିପାରେ ବୋଲି ଅନୁମାନ କରାଯାଉଛି ।

   Related Posts