Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ

7/12/2021 at 7:41 AM

ଭୁବନେଶ୍ୱର,୦୭/୧୨: ରାଜ୍ୟରେ ଏବେ ଆଉ ବର୍ଷା ଆଶଙ୍କା ନାହିଁ । ପ୍ରାୟ ସବୁ ଅଞ୍ଚଳରେ ପାଗ ଶୁଖିଲା ଓ ଖରାଟିଆ ରହିବ । ତେବେ ୮ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । କିନ୍ତୁ ୯ ଓ ୧୦ ତାରିଖ ରାଜ୍ୟତମାମ ପାଗ ଶୁଖିଲା ରହିବ । ସେପଟେ ରାତିରେ ଶୀତ ବଢ଼ିବ । ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ଯାଏ ତଳକୁ ଖସିପାରେ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ବାତ୍ୟା ଜୋୱାଦ୍‌ ଓଡ଼ିଶା ଉପକୂଳ ପାର୍‌ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗକୁ ମୁହାଁଇ ସାରିଛି । ରବିବାର ସନ୍ଧ୍ୟାରେ ଏହା ଦୁର୍ବଳ ହୋଇ ଅବପାତକୁ ଖସିଥିଲା । ସୋମବାର ଭୋର୍‌ ସାଢ଼େ ୫ଟା ସୁଦ୍ଧା ଏହା ପୁଣି ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳ ଉପରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ ଓ ସକାଳ ସାଢ଼େ ୮ଟା ସୁଦ୍ଧା ଲଘୁଚାପକୁ ଖସିଥିଲା ।

ଏହାର ପ୍ରଭାବରେ ରବିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗତକାଲି ସନ୍ଧ୍ୟା ପରଠାରୁ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପାରାଦୀପରେ ସର୍ବାଧିକ ୨୦୦.୫ ମିଲିମିଟର ବର୍ଷା ହୋଇଛି । ବାରିପଦାରେ ୫୧, ବାଲେଶ୍ୱରରେ ୩୫.୮ ମିଲିମିଟର, ଚାନ୍ଦବାଲିରେ ୪୫.୭ ମିଲମିଟର, ପୁରୀରେ ୨୮.୫, ଅନୁଗୁଳରେ ୩୦, କେନ୍ଦୁଝରରେ ୨୩.୪, ବୌଦ୍ଧରେ ୧୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସୋମବାର ସକାଳ ସାଢ଼େ ୮ ଟାରୁ ଅପରାହ୍ନ ସାଢ଼େ ୫ଟା ଭିତରେ କୌଣସି ସ୍ଥାନରେ ବିଶେଷ ବର୍ଷା ହୋଇନି । କେବଳ ଦାରିଙ୍ଗିବାଡିରେ କିଛି ସମୟ ଯାଏ ହାଲୁକା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି ।

କୋହଲା ପାଗ ଯୋଗୁ ଗତ ଦୁଇଦିନ ହେବ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଦିନ ତାପମାତ୍ରା ଖସି ୨୦ରୁ ୨୨ ଡିଗ୍ରୀ ଭିତରେ ରହୁଥିଲା । ଏଥିପାଇଁ ଦିନରେ ବି ଶୀତ ଅନୁଭୂତ ହେଉଥିଲା । ସୋମବାର ଖରାଟିଆ ପାଗ ହେବା ପରେ ଦିନ ତାପମାତ୍ରା ବଢ଼ିଛି।ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୨୯.୩ ଡିଗ୍ରୀ ରହିଥିଲା । ସୁନ୍ଦରଗଡରେ ୨୯ ଓ ଭୁବନେଶ୍ୱରରେ ୨୬.୮ ତାପମାତ୍ରା ରେକର୍ଡ ହୋଇଛି ।

   Related Posts