Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ କାଁ ଭାଁ ବର୍ଷା, ବଜ୍ରପାତ ନେଇ ସତର୍କତା ଜାରି

28/06/2021 at 7:48 AM

ଭୁବନେଶ୍ୱର,୨୮/୦୬: ଆସନ୍ତା ଦୁଇ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । କାଁ ଭାଁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ତେବେ ଏହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।

ସେହିପରି ଗତକାଲିର ସମୁଦ୍ର ପତ୍ତନରେ ଥିବା ନିମ୍ନ ଚାପ ରେଖା ଆଜି ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶରୁ ପୂର୍ବ ଉତ୍ତର ପ୍ରଦେଶ, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡିଶା ମଧ୍ୟ ଦେଇ ଉତ୍ତର-ପଶ୍ଚିମ ବଙ୍ଗାପସାଗର ଯାଏଁ ଲମ୍ବିଛି । ତାଛଡା ଉତ୍ତର ଛତିଶଗଡ ଏବଂ ତାର ଆଖପାଖ ଅଞ୍ଚଳରେ ଗାଟିଏ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୩.୧ କିମି ଯାଏଁ ସକ୍ରିୟ ରହିଛି । ଆନ୍ଧ୍ର ଉପକୂଳ ଓ ତା’ର ଆଖ-ପାଖ ଅଞ୍ଚଳରେ ସମୁଦ୍ର ପତ୍ତନରୁ ୪.୫ କିମି ଯାଏଁ ଗାଟିଏ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ତେବେ ଏହାର ପ୍ରଭାବରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଅପରପକ୍ଷେ, ଚଳିତ ମାସ ୧ରୁ ୨୭ ତାରିଖ ସୁଦ୍ଧା ରାଜ୍ୟରେ ୧୭୪.୯ ମିଲିମିଟର ବର୍ଷା ହୋଇଛି ଯାହା ସ୍‌ବାଭାବିକ ବର୍ଷା ୧୮୬.୧ ମିମିରୁ ୬ ପ୍ରତିଶତ କମ ରହିଛି । ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ, ଝାରସୁଗୁଡା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କୋରାପୁଟରେ ସ୍ୱାଭାବିକରୁ ୨୦ ରୁ ୫୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ଅବଶିଷ୍ଠ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଆଜି ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୫୭.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୭୯.୫ ମିଲିମିଟର ବର୍ଷା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ତେବେ ଆସନ୍ତା ଦୁଇ ତିନି ଦିନ ରାଜ୍ୟରେ ସ୍ୱଳ୍ପ ବର୍ଷା ହେବ । ମାତ୍ର ଦିନ ବେଳେ ବର୍ଷା ହେବାର ସମ୍ଭାବନା ଥିବାରୁ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ।

ରବିବାର ସକାଳ ୮ଟା୩୦ରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ କୋରପୁଟରେ ୨୫ ମିଲିମିଟର, ପାରଳାଖେମୁଣ୍ଡିରେ ୧୪ ମିଲିମିଟର, ପାରାଦୀପ ଓ ବାରିପଦାରେ ୯ ମିଲିମିଟର, ଭୁବନେଶ୍ୱରରେ ୫ ମିଲିମିଟର, ବାଲେଶ୍ୱର ଓ ଫୁଲବାଣୀରେ ୩ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ସେହିପରି ସକାଳ ୮ଟା୩୦ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ କୋଟ୍ରାଗୁଡାରେ ୮୦ମିଲିମିଟର, ମୋହନାରେ ୭୩ ମିଲିମିଟର,ପାଲଲହଡାରେ ୪୦ ମିଲିମିଟର, ଦାରିଙ୍ଗବାଡିରେ ୩୩ ମିଲିମିଟର, ରାୟଗଡ଼ାରେ ୨୯ ମିଲିମିଟର, ଟାଙ୍ଗି, ରାଜକନିକା ଓ ବାଲିମେଳାରେ ୨୮ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି ।

   Related Posts