ସପ୍ତାହେ ଯାଏଁ ବଢିବନି ତାତି, ଆସନ୍ତା ୩ ଦିନ କାଳବୈଶାଖୀ ବର୍ଷା !

Published By : Prameya-News7 Bureau | April 09, 2021 IST

ଭୁବନେଶ୍ୱର ୦୯/୦୪: ତାତିରୁ ମିଳିଛି ତ୍ରାହି । ରାଜ୍ୟରେ ତାତିରୁ ମିଳିଛି ଆଶ୍ୱସ୍ତି । ଉପକୂଳ ଓଡ଼ିଶାରେ ସାମୁଦ୍ରିକ ପବନ ପ୍ରବାହରୁ ଖସିଛି ପାରଦ । ୭ ଦିନ ଯାଏଁ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବଢ଼ିବାର ସମ୍ଭାବନା ନାହିଁ । ଆସନ୍ତା ୩/୪ ଦିନ କାଳବୈଶାଖୀ ବର୍ଷା ଅଧିକ ରହିବ । ତେଣୁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ତ୍ତମାନ ତାତି କମ୍ ରହିବ ।

ପାଣିପାଗ ବିଭାଗର କହିବାନୁସାରେ, ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, ଗଜପତି, ଗଞ୍ଜାମ, ଢେଙ୍କାନାଳ, ରାୟଗଡ଼ାରେ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଏଥିରୁ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ଆଶଙ୍କା ଅଛି । ୧୦ ତାରିଖରେ କାଳବୈଶାଖୀ ଆହୁରି ବଢ଼ିବ ।

ସେହିପରି କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, ପୁରୀ, କଟକ, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ସ୍ଥାନରେ ବର୍ଷା, ପବନ ଓ ବଜ୍ରପାତ ଆଶଙ୍କା ଅଛି । ୧୧ ଓ ୧୨ ତାରିଖରେ ମଧ୍ୟ କେତେକ ଜିଲ୍ଲାରେ ବର୍ଷା, ପବନ ହେବା ନେଇ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.