ଆଜି ୫ଟି ଜିଲ୍ଲାରେ ଓ ଆସନ୍ତାକାଲି ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା, ଦିନର ତାପମାତ୍ରା ବଢିବ ୨ ଡିଗ୍ରୀ

Published By : Prameya-News7 Bureau | October 24, 2018 IST

ଭୁବନେଶ୍ୱର ୨୪/୧୦ : ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟା ହୋଇଥିଲା | ଅକ୍ଟୋବର ମାସ ସାଧାରଣତଃ ଓଡିଶା ପାଇଁ ବାତ୍ୟା ପ୍ରବଣ ବୋଲି ବିବେଚନା କରାଯାଇଥାଏ | ଏବର୍ଷ ମଧ୍ୟ ଅକ୍ଟୋବର ମାସରେ ତିତଲୀ ବାତ୍ୟା ଓଡିଶାର ୭୭ ଜଣଙ୍କ ପ୍ରାଣ ନେଇଛି ଏବଂ ବ୍ୟାପକ କ୍ଷୟକ୍ଷତି କରିଛି | ତେବେ ଚଳିତ ବର୍ଷ ଏହି ଅକ୍ଟୋବର ମାସରେ ଆଉ କୌଣସି ବାତ୍ୟାର ସୂଚନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି | ତେବେ ଆଜି ରାଜ୍ୟର ୫ଟି ଜିଲ୍ଲା, କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳରେ ବର୍ଷା ହେବାର ସମ୍ଭାବନା ରହିଛି | ସେହିଭଳି ଆସନ୍ତାକାଲି ଦକ୍ଷିଣ ଓଡିଶାର ଗଂଜାମ , ଗଜପତି, କୋରାପୁଟ, ରାୟଗଡା ଓ ନବରଙ୍ଗପୁରରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି | ତେବେ ଏହି ବର୍ଷା ଅତ୍ୟନ୍ତ ନିମ୍ନ ଧରଣର ହେବ | ଅପରପକ୍ଷରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ତେବେ ରାତି ୧୨ଟା ପରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ଅନୁଭୂତ ହେବ ବୋଲି କୁହାଯାଇଛି | ତେବେ ଫୁଲବାଣୀ, କୋରାପୁଟ ଆଦି ଆଭ୍ୟନ୍ତରୀଣ ଅଂଚଳ ସମେତ ପଶ୍ଚିମ ଓଡିଶାରେ ସକାଳୁ ପାଗ କୁହୁଡ଼ିଆ ରହିବ ସହ ଶୀତର ପ୍ରକୋପ ବୃଦ୍ଧି ପାଇବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.