ଉପକୂଳ ମୁହାଁ ବାତ୍ୟା ନିସର୍ଗ : ଅପରାହ୍ନରେ ଲ୍ୟାଣ୍ଡଫଲ ସମ୍ଭାବନା, ଉପକୂଳରେ ରେଡ୍ ଆଲର୍ଟ

Published By : Prameya-News7 Bureau | June 03, 2020 IST

ମୁମ୍ବାଇ ୦୩।୦୬ : ଭୀଷଣ ବେଗରେ ଉପକୁଳ ମୁହାଁ  ହେଉଛି  ଆରବସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନ ନିସର୍ଗ । ଆଜି ଅପରାହ୍ନରେ ମହାରାଷ୍ଟ୍ରର ଆଲିବଗ୍ ନିଟରେ  ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟର ଉପକୁଳ ଜିଲ୍ଲା ଗୁଡିକରେ ପ୍ରଳ ବର୍ଷା ଆରମ୍ଭ ହଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଦକ୍ଷିଣ ମୁମ୍ବାଇ ଠାରୁ ପ୍ରାୟ ୯୪କିଲୋମଟିର ରେ ଅବସ୍ଥିତ ମହାରାଷ୍ଟ୍ରର ଆଲିବଗ୍  ଠାରେ ନିସର୍ଗ ଲ୍ୟାଣ୍ଡ ଫଲ କରିବ ।  ଏହାର ପ୍ରଭାବରେ  ପବନର ବେଗ ୧୧୦ରୁ  ୧୨୦ କିଲୋମିଟର  ହେବାର ସମ୍ଭାବନା ରହିଛି ।

ବାତ୍ୟା  ନିସର୍ଗ ମହାରାଷ୍ଟ୍ରର  ଉପକୁଳ ଜିଲ୍ଲା ସମେତ ମୁମ୍ବାଇ, ଗୁଜରାଟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରିବାର ସମ୍ଭାବନ ରହିଛି । ବାତ୍ୟା ମୁକାବିଲା ପାଇଁ ମହାରାଷ୍ଟ୍ର ଓ ଗୁଜରାଟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଉଭୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ରେଡ୍ ଆଲର୍ଟ ଜାରି କରାଯାଇଛି ।  ପ୍ରଭାବିତ ହେବାକୁ ଥିବା ଦୁଇ ରାଜ୍ୟର ଉପକୂଳ ବର୍ତ୍ତି ଜିଲ୍ଲାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଗୁଜରାଟର ବିଭିନ୍ନ ସମୁଦ୍ର ଉପକୁଳବର୍ତ୍ତି ଜିଲ୍ଲାରୁ  ୮୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସାଉଥ ମୁମ୍ବାଇ, ନଭି ମୁମ୍ବାଇ  ଗୁଜରାଟର ବିଭିନ୍ନ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।

ବାତ୍ୟା ନିସର୍ଗ ପାଇଁ ମୋଟ ୨୬ଟି NDRF ଟିମ୍  ସଜାଗ ରହିଛନ୍ତି ।  ଗୁଜରାଟରେ ୧୬ଟି ଏବଂ ମହାରାଷ୍ଟ୍ରରେ ୧୦ଟି ଟିମ୍  ମୁତୟନ କରାଯାଇଛି । ଆବଶ୍ୟକ ସ୍ଥଳରେ ମହାରାଷ୍ଟ୍ରକୁ ଆଉ ୬ଟି ଏବଂ ଗୁଜରାଟକୁ ଆଉ ଦୁଇଟି ଟିମ୍  ପଠାଯିବ ବୋଲି  NDRF ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ନିସର୍ଗକୁ ନଜରେ ରଖି ମୁମ୍ବାଇ  ଏୟାର ପୋର୍ଟରୁ କେବଳ ୧୯ଟି ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି । ସେହିପରି ମୁମ୍ବାଇ ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଛତ୍ରପତି ଶିବାଜୀ ଟର୍ମିନସ୍ ରୁ  ମାତ୍ର ୫ଟି ସ୍ପେସାଲ ଟ୍ରେନ୍ କୁ ଜିବାକୁ ଅନୁମତି ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.