ଆସୁଛି ଦୁଇ ଦୁଇଟି ସାଇକ୍ଲୋନ୍ : ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | December 05, 2019 IST

ଆରବ ସାଗରରେ ସୃଷ୍ଟି ହୋଇଥିବା ଦୁଇଟି ଘୂର୍ଣ୍ଣିବଳୟ ଏକା ସାଙ୍ଗରେ ତୀବ୍ର ହୋଇପାରେ। ବାତ୍ୟା ପବନ ସୋମାଲିଆ ଉପକୂଳ ମୁହାଁ ହୋଇ ଉତ୍ତର-ପଶ୍ଚିମାବର୍ତ୍ତୀ ହୋଇ ପରେ ପଶ୍ଚିମ ଆଡ଼କୁ ମୁହାଁଇପାରେ।

ବାତ୍ୟା ଆମ୍ଫାନ୍ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ରହିଛି ଏବଂ ଏହା ପ୍ରଭାବରେ ଗୋଆ ଏବଂ କୋଙ୍କଣ,ମଧ୍ୟ ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟରେ ବର୍ଷା ହୋଇପାରେ। ମହାରାଷ୍ଟ୍ର ଏବଂ ଗୁଜରାଟ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ୪୦-୫୦କିଲୋମିଟର ବେଗରେ ପବନ ବୋହିପାରେ।ମଧ୍ୟପ୍ରଦେଶ,ଛତିଶଗଡ଼ ଏବଂ ବିଦର୍ଭ ଏବଂ ରାଜସ୍ଥାନରେ ପାଗ ଶୁଖିଲା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.