ବଢ଼ୁଛି ତାତି : ୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ

Published By : Prameya-News7 Bureau | March 12, 2019 IST

ଭୁବନେଶ୍ୱର ୧୨/୩ : ଉପକୂଳରୁ ପଶ୍ଚିମ ଓଡ଼ିଶା, ସବୁଠି ବଢ଼ୁଛି ତାତି । ଆଜି ଆହୁରି ବଢିବ ପାରଦ । ମାର୍ଚ୍ଚ ମାସ ଆରମ୍ଭରୁ ୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ଟପିଲାଣି । ମାଲକାନଗିରିର ତାପମାତ୍ରା ଲଗାତାର ୩୮ ଡିଗ୍ରି ଉପରେ ରହୁଥିବା ବେଳେ ଗତକାଲି ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ଭୁବନେଶ୍ବର ଓ କଟକରେ ବି ତାପମାତ୍ରା ୩୬.୨ ଡିଗ୍ରି ରହିଥିଲା।

{"id":92746,"width":573,"height":357}

ଆଜି ମଧ୍ୟ ଏଭଳି ସ୍ଥିତି ଲାଗିରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଆନୁଯାୟୀ ୧୩ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ହୋଇପାରେ ବୋଲି ଆକଳନ କରାଯାଇଛି । ଏହାପରେ ପାଗରେ ପରିବର୍ତ୍ତନ ଦେଖା ଦେବ । ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ୧୪ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ନୟାଗଡ଼, କନ୍ଧମାଳ ଜିଲ୍ଲାରେ କାଳ ବୈଶାଖୀ ଓ ବଜ୍ରପାତର ଆଶଙ୍କା ରହିଛି।

{"id":92747}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.