Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା, ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

13/11/2021 at 11:57 AM

ଭୁବନେଶ୍ୱର, ୧୩/୧୧: ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି। ଉତ୍ତର ତାମିଲନାଡୁରୁ ଓଡିଶା ଉତ୍ତର ଉପକୂଳ ଅଂଚଳ ଉପରେ ଟ୍ରାପ ଲାଇନ ରହିଛି। ଏହା ଆଜି ମଧ୍ୟ ସକ୍ରିୟ ରହିଛି। ଯାହାପ୍ରଭାବରେ ବର୍ଷା ହେଉଛି। ଆଜି ୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ(yellow warning) ଜାରି କରିଛି ପାଣିପାଗ ବିଭାଗ । ଗଂଜାମ ଗଜପତି ରାୟଗଡ଼ା, କାନ୍ଧମାଳ ସହିତ ପୁରୀ ଜିଲ୍ଲାରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାଛଡ଼ା ୧୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ମାତ୍ରା ପୁଣି ବୃଦ୍ଧି ପାଇବ । ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବ । ଏହାପରେ ଏହି ଲାଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦେଇ ଗତିକରିବ । ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଅଵପାତର ରୂପ ନେଵ । ଏହାରି ପ୍ରଭାବରେ ପୁଣି ୧୭ ତାରିଖ ଠାରୁ ଦକ୍ଷିଣ ଓଡିଶାରେ ବର୍ଷା ହେବ । ଆସନ୍ତା ୫ ରୁ ୭ ଦିନ ପର୍ଯ୍ୟନ୍ତ ବର୍ଷା ଓ କୋହଲା ପ୍ରଭାବ ରହିବ । ଏଥିପାଇଁ ଶୀତ କମିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ରାତି ତାପ ମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ। ଏପଟେ ବର୍ଷାର ଚାଷ ଉପରେ ପ୍ରଭାବ ପଡିବ। ବର୍ତ୍ତମାନ ଧାନ ପାଚିଥିବାରୁ ବର୍ଷା ଧାନକୁ ମଧ୍ୟ ନଷ୍ଟ କରିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଂଜାମର ପୁରୁଷୋତ୍ତମପୁର ଠାରେ ସର୍ବାଧିକ ୧୭୬ ମିଲିମିଟର ବର୍ଷ ରେକର୍ଡ ହୋଇଥିବା ବେଳେ ପୁରୀରେ ୧୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୩୩.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

   Related Posts