ମାଣିକ ରତ୍ନ ପିନ୍ଧିବା ଏହି ୩ଟି ରାଶି ପାଇଁ ବରଦାନ : ପିନ୍ଧିବା ଦ୍ବାରା ବଦଳିବ ଭାଗ୍ୟ

Published By : Prameya-News7 Bureau | July 16, 2019 IST

ଜ୍ୟୋତିଷ ଅନୁସାରେ ମାଣିକ ରତ୍ନ ସୂର୍ଯ୍ୟ ଗ୍ରହଙ୍କ ରତ୍ନ ବୋଲି କୁହାଯାଇଥାଏ। ମାଣିକ ରତ୍ନ ଧାରଣ କରିବା ଦ୍ବାରା ବ୍ୟକ୍ତିଙ୍କ ଆରୋଗ୍ୟ ଶକ୍ତି ବୃଦ୍ଧି ହୋଇଥାଏ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ପଦୋନ୍ନତି ପାଇବା ପାଇଁ ମାଣିକ ରତ୍ନ ଧାରଣ କରବିା ଉଚିତ୍ କିନ୍ତୁ ଏହାକୁ ସମସ୍ତେ ଧାରଣ କରିବା ଅନୁଚିତ୍। ମାଣିକ ଲାଲ ରଙ୍ଗର ହୋଇଥାଏ। ଏହା ଏକ ଅତ୍ୟନ୍ତ ଦୁର୍ଲଭ ପଥର। ମାଣିକ ରତ୍ନକୁ ଅନାମିକା ଆଙ୍ଗୁଳିରେ ଧାରଣ କରିବା ଉଚିତ୍। ଆଜି ଆମେ ଜାଣିବା ଏହି ୩ଟି ରାଶି ବିଷୟରେ ଯେଉଁମାନେ ମାଣିକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।

{"id":134261,"width":566,"height":283}

୧.ମେଷ ରାଶି : ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ମାଣିକ ଶୁଭ ହୋଇଥାଏ। ଏହା ପିନ୍ଧିବା ଦ୍ବାରା ମେଷ ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିବ। ବିଦ୍ୟା,ସନ୍ତାନ,ଗୁରୁ,ବିବେକ,ରୋମାନ୍ସ,ନିଷ୍ପତ୍ତି ନେବା ଏବଂ ଦକ୍ଷତା ଆଦି କ୍ଷେତ୍ରରେ ଶୁଭ ଫଳ ମିଳିଥାଏ।

{"id":134262,"width":575,"height":359}

୨.ବୃଷ ରାଶି : ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ମାଣିକ ଅତ୍ୟନ୍ତ ଶୁଭ ହୋଇଥାଏ। ଭୂମି,ଗୃହ,ବାହନ ପାଇଁ ମାଣିକ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ।

{"id":134263}

୩. ସିଂହ ରାଶି : ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ମାଣିକ ଅତ୍ୟନ୍ତ ଶୁଭ ହୋଇଥାଏ। ସିଂହ ରାଶିର ବ୍ୟକ୍ତିଙ୍କୁ ମାଣିକ ନିଶ୍ଚୟ ପିନ୍ଧିବା ଜରୁରୀ। ଏହା ଦ୍ବାରା ଆପଣଙ୍କ ଶରୀର,ସ୍ବାସ୍ଥ୍ୟ ଭଲ ରହିବ।

{"id":134264}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.