Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ହେଲମେଟ୍ ପିନ୍ଧିଥିଲେ ବି ଦେଇପାରନ୍ତି ଫାଇନ୍, ଏବେ ମାନିବାକୁ ପଡିବ ଏହି ନିୟମ

1/08/2020 at 5:07 PM

ନୂଆଦିଲ୍ଲୀ, ୦୧|୦୮: ଏବେ  ରାସ୍ତା କଡରୁ ହେଲମେଟ୍ କିଣିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏପରି ଏକ ଯୋଜନା ଉପରେ କାମ କରୁଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ଦୁଇଚକିଆ ଯାନରେ ଲୋକାଲ କ୍ୱାଲିଟୀର ହେଲମେଟ ପିନ୍ଧିଲେ ଫାଇନ ଦେବାକୁ ପଡିବ । ଏହି ନିୟମ ଲାଗୁ ହେଲେ ବିନା ଆଇଏସଆଇ ମାର୍କରେ ହେଲମେଟ୍ ପିନ୍ଧିଲେ ଫାଇନ୍ ଲାଗିବ । କେନ୍ଦ୍ର ପରିବହନ ମନ୍ତ୍ରାଳୟ ଏକ ନୋଟିଫିକେସନ ଜାରି କରି ଏହି ସୂଚନା ଦେଇଚି ।

ନୋଟିଫିକେସନ ଅନୁସାରେ, ବାଇକ ଆରୋହୀ ବ୍ୟୁରୋ ଅପ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମାନକର ହେଲମେଟ୍ ପିନ୍ଧିବା ଜରୁରୀ । ନଚେତ ଫାଇନ୍ ଦେବାକୁ ପଡିବ । ଲୋକାଲ ଓ ନିମ୍ନ କ୍ୱାଲିଟୀର ହେଲମେଟର ପ୍ରସ୍ତୁତି ଓ ବିକ୍ରି ଉପରେ ମଧ୍ୟ କଟକଣା ଲାଗିବ । ଏଥିପାଇଁ ନୂଆ ନିୟମ ଲାଗୁ ହେବ । ଏପରିକି ପ୍ରସ୍ତୁତକର୍ତ୍ତାଙ୍କୁ ଜେଲ୍ ମଧ୍ୟ ହୋଇପାରେ । ୨୦୨୧ ମାର୍ଚ୍ଚ ୧ରୁ ଏହି ନିୟମ ସାରା ଦେଶରେ ଲାଗୁ ହେବ ।

ହେଲମେଟ୍ ପ୍ରସ୍ତୁତ କରୁଥିବା କମ୍ପାନୀ କ୍ଲାଲିଟୀ ଷ୍ଟାଣ୍ଡାର୍ଡର ହେଲମେଟ୍ ତିଆରି କରିବା ଆବଶ୍ୟକ  । ବିଆଇଏସ ଚିହ୍ନ ଥିବା ଜରୁରୀ । ଏହା ଏକ ଲାଇସେନ୍ସ ଆଧାରରେ ହେଲମେଟରେ ପ୍ରିଣ୍ଟ୍ କରାଯାଏ ।ତେବେ ବିଦେଶରୁ ଆମଦାନୀ ହେଉଥିବା ହେଲମେଟ୍ ପାଇଁ ଏହା ଲାଗୁ ହେବ ନାହିଁ । କାରଣ ଏହିସବୁ ହେଲମେଟରେ ପୂର୍ବରୁ ଅନେକ ମାନଦଣ୍ଡ ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଥାଏ । ତେବେ ନିୟମ ନମାନିଲେ ଦଣ୍ଡବିଧାନ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ଏହି ନୋଟିଫିକେସନରେ ପରିବହନ ମନ୍ତ୍ରାଳୟ ଜୁଲାଇ ୩୦ରେ ଅଧିସୂଚନା ଜାରି କରି ଆପତ୍ତି ଓ ପରାମର୍ଶ ମାଗିଛି । କମ୍ପାନୀମାନେ ଏହା ଉପରେ ସରକାରଙ୍କୁ ୩୦ ଦିନ ମଧ୍ୟରେ ପରାମର୍ଶ ଦେଇପାରିବେ ।  

   Related Posts