ପାଞ୍ଚ ଲକ୍ଷ ଟଙ୍କାର ଗାଉନ୍ ପିନ୍ଧି ଫଟୋ ସୁଟ୍ କଲେ ଉର୍ବଶୀ ରୌତେଲା, ଗହଣାର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
23/01/2021 at 4:17 PM

ମୁମ୍ବାଇ ୨୩/୦୧ : ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଫ୍ୟାସନ୍ ସେନ୍ସ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ପିନ୍ଧୁଥିବା ଡ୍ରେସଗୁଡିକର ମୂଲ୍ୟ ଲକ୍ଷାଧିକ ଟଙ୍କାର ହୋଇଥାଏ । କୌଣସି ପାର୍ଟି କିମ୍ବା ଫଙ୍କସନ୍ ରେ ଉର୍ବଶୀଙ୍କ ୟୁନିକ୍ ଲୁକ୍ ଅନ୍ୟମାନଙ୍କୁ ଆକର୍ଷିତ କରିଥାଏ । ଯୁବତୀମାନେ ମଧ୍ୟ ଅଭିନେତ୍ରୀଙ୍କ ସମସ୍ତ ଷ୍ଟାଇଲ କୁ ଫଲୋ କରିଥାନ୍ତି । ନିକଟରେ ଉର୍ବଶୀଙ୍କ ହଟ୍ ଲୁକ୍ ଫ୍ୟାନ୍ସମାନଙ୍କୁ ଦିଓ୍ବାନା କରିଛି । କେବଳ ସେତିକି ନୁହେଁ ଅଭିନେତ୍ରୀଙ୍କ ଡ୍ରେସ୍ ର ମୂଲ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଉର୍ବଶୀ ଇନଷ୍ଟାଗ୍ରାମ୍ ରେ ନିଜର କିଛି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ଲୁ କଲର୍ ସ୍ଲିପ୍ ଗାଉନ୍ ରେ ଅତି ସୁନ୍ଦର ଦେଖା ଯାଉଛନ୍ତି । କିନ୍ତୁ ତାଙ୍କ ଗାଉନ୍ ର ମୂଲ୍ୟ ଏତେ ଅଧିକ ଅଛି ଯେ, କେହି ମଧ୍ୟ ଏହାକୁ ନେବା ପୂର୍ବରୁ ଶହେ ଥର ଚିନ୍ତା କରିବେ ।
ସୂଚନା ଅନୁସାରେ, ଉର୍ବଶୀ ପିନ୍ଧିଥିବା ବ୍ଲୁ ସ୍ଲିପ୍ ଗାଉନ୍ର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା, କେବଳ ସେତିକି ନୁହେଁ ଗାଉନ୍ ସହ ପିନ୍ଧିଥିବା ତାଙ୍କ ଗହଣାର ମୂଲ୍ୟ ୪୫ ଲକ୍ଷ ଟଙ୍କା । ଉର୍ବଶୀ ତାଙ୍କର ପୁରା ଲୁକ୍ ଉପରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ଅଭିନେତ୍ରୀଙ୍କ ପାଇଁ ଏକ ମାମୁଲି କଥା ।
ଏହା ପ୍ରଥମ ଥର ନୁହେଁ କି ଉର୍ବଶୀ ଏତେ ଦାମୀ ଡ୍ରେସ୍ ପିନ୍ଧିଛନ୍ତି । ଗତ କିଛିଦିନ ପୂର୍ବରୁ ‘ଏକ୍ ଲଡକୀ ଭିଗି ଭାଗିସି’ ର ପ୍ରେସ୍ କନଫରେନ୍ସ ରେ ଅଭିନେତ୍ରୀ ଏକ କଳା ରଙ୍ଗର ଗାଉନ୍ ପିନ୍ଧିଥିଲେ । ଯାହାର ମୂଲ୍ୟ ଦଶ ଲକ୍ଷ ଟଙ୍କା ଥିଲା ।