ଏକୁଟିଆ ଗାଡ଼ି ଚଳାଉ ଥିଲେ ପିନ୍ଧିବାକୁ ହେବ ମାସ୍କ, ଲାଗୁ ହେଲା ନୂଆ ନିୟମ

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮/୧୦: କାର୍ କି ବାଇକରେ ଏକୁଟିଆ ଯାଉଥିଲେ ଏବେ ପିନ୍ଧିବାକୁ ହେବ ମାସ୍କ। ବେଙ୍ଗାଲୁରୁ ମହାନଗର ନିଗମ ଏ ନେଇ ମଙ୍ଗଳବାର ଏକ ନୋଟିଫିକେସନ ଜାରି କରିଛି। ଗାଡିରେ ଏକୁଟିଆ ଥିଲା ବେଳେ ଯଦି ମାସ୍କ ବ୍ୟବହାର ନ କରିବେ ତେବେ ୨୫୦ ଟଙ୍କା ଜରିମାନା ଦେବାକୁ ହେବ।

ଲକଡାଉନର ୭ ମାସ ପରେ ଏ ନିୟମ ଲୋକଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର କରିବା ପାଇଁ ଜାରି କରାଯାଇଛି। ପୂର୍ବରୁ କେନ୍ଦ୍ର ସରକାର କହିଥିଲେ। କାର କି ବାଇକରେ ଏକୁଟିଆ ଯାଉଥିଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ତେବେ ଏବେ କୋଭିଡ ସଂକ୍ରମଣରୁ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛି ବେଙ୍ଗାଲୁରୁ ନଗର ନିଗମ।

ଏହା ସହ ଯେକୌଣସି ସ୍ଥାନରେ ଦୁଇ ଜଣ ପରସ୍ପର ମଧ୍ୟରେ କଥା ହେବା ବେଳେ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ସହରରେ କରୋନା ମାମଲା କମ୍ କରିବା ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଜାରି ହୋଇଥିବା ଅର୍ଡରରେ କେଉଁ ସ୍ଥାନରେ କେଉଁ ପ୍ରକାର ମାସ୍କ ପିନ୍ଧିବା ସେ ସମ୍ପର୍କରେ ମଧ୍ୟ କୁହାଯାଇଛି। କୋଭିଡକୁ ରୋକିବା ପାଇଁ ମାସ୍କ ନିହାତି ଜରୁରୀ। ଏହି ଅର୍ଡରରେ ପାଞ୍ଚ ବର୍ଷ ବୟସରୁ କମ୍ ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନାହିଁ। ରାସ୍ତା, ଜଗିଂ କି ପାର୍କରେ ମାସ୍କ ପିନ୍ଧିବା ନେଇ କିଛି ଉଲ୍ଲେଖ କରାଯାଇ ନାହିଁ। ବିଶେଷଜ୍ଞଙ୍କ ଅନୁସାରେ ଜଗିଂ ସମୟରେ ମାସ୍କ ପିନ୍ଧିବା ଠିକ୍ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.