Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଲିସ ଡରରେ ନୁହେଁ ନିଜ ସୁରକ୍ଷା ପାଇଁ ହେଲମେଟ୍‌ ପିନ୍ଧନ୍ତୁ – ଡିସିପି ସାଗରିକା ନାଥ

ଭୁବନେଶ୍ୱର ୧୫।୦୯-ଟୁଇନ ସିଟିରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଜୋରଦାର ଚାଳଛି । ଟୁଇନ ସିଟି ଟ୍ରାଫିକ ଡିସିପି ସାଗରିକା ନାଥ ନିଜେ ନେତୃତ୍ବ ନେଇ ଲୋକଙ୍କ ସଚେତନ କରୁଛନ୍ତି । ଅନ୍ୟପଟେ ଛୁଟି ଦିନରେ ବି ଅଫିସ ଖୋଲା । ରବିବାର ସତ୍ବେ   ଭୁବନେଶ୍ବର ଆରଟିଓ ଓ୍ବାନ ଅଫିସ ଥିଲା ଖୋଲା ।

ପୋଲିସ ଡରରେ କିମ୍ବା ପୋଲିସକୁ ଦେଖି ହେଲମେଟ୍ ପିନ୍ଧନ୍ତୁ ନାହିଁ । ନିଜର ସୁରକ୍ଷା ପାଇଁ ହିଁ ହେଲମେଟ୍ ପିନ୍ଧନ୍ତୁ । ଆଉ ଟ୍ରାଫିକ ନିୟମକୁ କଡାକଡି ଭାବେ ପାଳନ କରନ୍ତୁ ବୋଲି ଟୁଇନ ସିଟି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି।  । କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ନିୟମ ପାଳନ ପାଇଁ ଆରମ୍ଭ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଜୋରସୋର ଚାଳିଛି । ଆଜି ଟ୍ରାଫିକ ଡିସିପିଙ୍କ ନେତୃତ୍ବରେ ଭୁବନେଶ୍ବର ନାଲକୋ ଛକରେ କରାଯାଉଥିଲା ଚେକିଂ। ଗାଡି ଚାଳକଙ୍କୁ ହାତରେ ଚୋକଲେଟ ଓ ଥ୍ୟାଙ୍କ ୟୁ କାର୍ଡ ଦେଇ ଟ୍ରାଫିକ ନିୟମ ଅବଗତ କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ଅଭିନେତା, ବହୁ ସମାଜସେବୀ ମଧ୍ୟ ସାମିଲ ହୋଇଥିଲେ ।

ସେପଟେ ଛୁଟି ଦିନରେ ବି ଅଫିସ ଖୋଲା । ରବିବାର ସତ୍ବେ ଆଜି ଭୁବନେଶ୍ବର ଆରଟିଓ ଓ୍ବାନ ଅଫିସ ଥିଲା ଖୋଲା । ସେଠି ଦେଖିବାକୁ ମଳିଥିଲା ଖଚାଖଚ ଭିଡ । ସକାଳରୁ ସଂନ୍ଧ୍ୟା ଯାଏ ଅଫିସ କ୍ୟାମ୍ପସରେ ଲାଗି ରହିଥିଲା ଭିଡ । ଅଫିସ ଗେଟରୁ ଆରମ୍ଭ କରି ଭିତର ଯାଏଁ ଥିଲା ଲମ୍ବା ଲାଇନ । ଲୋକେ ଛୁଟି ଦିନରେ ବି ଆସି ଡିଏଲ ପାଇଁ ଧାଡିରେ ଠିଆ ହୋଇଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ ନିୟମ ତିନିମାସ ପାଇଁ କୋହଳ କରାଯାଇଛି । ଏହି ସମୟ ଭିତରେ ଗୋଟିଏ ପଟେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ନିୟମ ପାଳନ ପାଇଁ ସଚେତନତା ସୃଷ୍ଟି କରାଯାଉଛି । ଅନ୍ୟପଟେ ଯେଉଁ ଡିମାଣ୍ଡକୁ ନଜରରେ ରଖି ଛଟି ଦିନରେ ବି ଭୁବନେଶ୍ବର ଆରଟିଓ ଓ୍ବାନ ଅଫିସକୁ ଖୋଲା ରଖାଯାଇଛି । ଲୋକେ ଛୁଟି ଦିନରେ ବି ଯେଭଳି ଆସି ଡିଏଲ ପାଇଁ ଆବେଦନ କରିପାରିବେ ।

538 Views

   ସମ୍ବନ୍ଧିତ ଖବର