Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ସ୍ବାମୀଙ୍କ ଅନ୍ତିମ ସଂସ୍କାର କରାଇ ଦେଲେନି ସ୍ତ୍ରୀ, ଜୁଇରୁ ମୃତଦେହ ଉଠାଇନେଲା ପୋଲିସ

13/01/2021 at 4:23 PM

ଲକ୍ଷ୍ନୌ ୧୩/୦୧: ଭାଇ ଭାଇ ମଧ୍ୟରେ ସମ୍ପତିକୁ ନେଇ କଳି ଲାଗେ। ସମ୍ପତି ପାଇଁ ହତ୍ୟା ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ମୃତ୍ୟୁ ପରେ ଶବ ସଂସ୍କାର ନହେବା ହୁଏତ ବିରଳ ଘଟଣା। ସମ୍ପତି ପାଇଁ ହତ୍ୟା ପରେ ମୃତ ଦେହକୁ ଜୁଇରୁ ପୋଲିସ ଉଠାଇନେବା ଘଟଣା ଉତ୍ତରପ୍ରରଦେଶର ମୁରାଦାବାଦରେ ଘଟିଛି।

ନିଜ ସ୍ବାମୀର ଶବ ସଂସ୍କାର କରିବାକୁ ଦେଲାନି ସ୍ତ୍ରୀ। ପୋଲିସକୁ ଡାକି ସମସ୍ତ ଘଟଣା କହିବା ସହ ସମ୍ପତି ପାଇଁ ତାଙ୍କ ଭାଇମାନେ ମିଶି ହତ୍ୟା କରିଥିବା ଅଭିଯୋଗ କଲା। ପୋଲିସ ମାମଲାର ସମାଧାନ ପାଇଁ ଶବକୁ ଜୁଇରୁ ଉଠାଇ ନେଇ ଚାଲିଗଲା। ପୋଲିସର କହିବା କଥା ହେଲା ୧୧୨ ନମ୍ବରକୁ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି କହିଥିଲେ ଯେ, ପୋଲିସକୁ ନକହି ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଛି। ପୋଲିସ ଫୋନ୍‌ କଲ ପାଇବା ପରେ ଶ୍ମଶାନରେ ପହଞ୍ଚି ଶବ ଜବତ କରିଥିଲା।

ପୋଲିସ ମୃତଦେହକୁ ଅଟୋପ୍ସି ପାଇଁ ପଠାଇଦେଇଛି। ମୃତକ ଜଣଙ୍କ ବିଲାରି ବାସିନ୍ଦା ମୁନେଶ ବୋଲି ଜଣାପଡ଼ିଛି। ମୁନେଶଙ୍କ ସ୍ତ୍ରୀ ପୁନମ ସ୍ବାମୀଙ୍କୁ ତାଙ୍କ ଭାଇ ସୌରଭ ଓ ସୁଶିଲ ସମ୍ପତି ବିବାଦକୁ ନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ସମ୍ପତି ମାମଲରେ ମୁନେଶଙ୍କୁ ବାରମ୍ବାର ଆକ୍ରମଣ କରାଯାଇଥିଲା। ଏନେଇ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇନଥିଲା ବୋଲି ମୁନେଶଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ପୋଲିସ ମାମଲାରେ ଛାନଭିନ୍‌ ଆରମ୍ଭ କରିଛି। ମୃତ୍ୟୁର କାରଣ ପୋଷ୍ଟମର୍ଟମ ପରେ ଜଣାପଡ଼ିବ। ରିପୋର୍ଟକୁ ଆଧାର କରି ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି।

   Related Posts