Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ବିହାର-ଗୁଜରାଟରେ ବିଜୟ ପରେ ଗଦ୍‌ଗଦ୍‌ ଓଓ୍ବେସୀଙ୍କ ଘୋଷଣା : ତାମିଲନାଡୁ ବିଧାନସଭା ନିର୍ବାଚନ ଲଢିବ AIMIM, ବେଙ୍ଗଲ ପାଇଁ ସ୍ବତନ୍ତ୍ର ରଣନୀତି

1/03/2021 at 3:26 PM

ନୂଆଦିଲ୍ଲୀ ୦୧/୦୩ : ପ୍ରଥମେ ବିହାର ବିଧାନସଭା ନିର୍ବାଚନ ଏବଂ ଏବେ ଗୁଜରାଟ ନଗର ନିଗମ ନିର୍ବାଚନରେ ଆଶାତୀତ ସଫଳତା ହାସଲ କରିଥିବା AIMIM ପାର୍ଟି ଏବେ ତାମିଲନାଡୁ ଉପରେ ଆଖି ପକାଇଛି । ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ପାର୍ଟି ଅଧ୍ୟକ୍ଷ ଅସଦୁଦ୍ଦିନ୍‌ ଓଓ୍ବେସୀ ବଡ ଘୋଷଣା କରିଛନ୍ତି । ଓଓ୍ବେସୀ କହିଛନ୍ତି, ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ AIMIM ପାର୍ଟି ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ।

ଏହା ସହିତ ଓଓ୍ବେସୀ କହିଛନ୍ତି, ଦଳ ଉତ୍ତର ପ୍ରଦେଶରେ ଲଢିବା ପାଇଁ ମଧ୍ୟ ଯୋଜନା ଚଳାଉଛି । ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବା ପାଇଁ ଦଳ ଜୋରଦାର ପ୍ରସ୍ତୁତି ଚଳାଉଥିବା ଓଓ୍ବେସୀ କହିଛନ୍ତି । ଓଓ୍ବେସୀ କହିଛନ୍ତି ଉଚିତ ସମୟରେ ପଶ୍ଚିମବଙ୍ଗ ରଣନୀତି ବାବଦରେ ପ୍ରସ୍ତୁତି ବାବଦରେ ମଧ୍ୟ ଆଲୋଚନା ହେବ ।

ସୂଚନାଯୋଗ୍ୟ, ଗୁଜରାଟରେ କିଛି ଦିନ ପୂର୍ବରୁ ହୋଇଥିବା ନଗରନିଗମ ନିର୍ବାଚନରେ ଅସଦୁଦ୍ଦିନ ଓଓ୍ବେସୀଙ୍କ AIMIM ପାର୍ଟି, ଗୁଜରାଟର ମୁସଲିମ୍‌ ବହୁଳ ଅଞ୍ଚଳ ଜମାଲପୁର ଏବଂ ମକତାମପୁରରେ ୭ଟି ସିଟ୍‌ ହାତେଇଥିଲା । ଏହା ପୂର୍ବରୁ ବିହାର ବିଧାନସଭା ନିର୍ବଚନରେ ମଧ୍ୟ ଦଳ ଆଶାତୀତ ସଫଳତା ପାଇଥିଲା । ଓଓ୍ବେସୀଙ୍କ ଦଳ ବିହାରରେ ୫ଟି ସିଟ୍‌ ହାତେଇବାକୁ ସକ୍ଷମ ହୋଇଥିଲା ।

ତାମିଲନାଡୁ ବିଧାନସଭାର କାର୍ଯ୍ୟକଳା ୩୧ ମେ ୨୦୨୧ ଏବଂ ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୩୧ ମେ ୨୦୨୧ରେ ଶେଷ ହେଉଛି । ତାମିଲନାଡୁର ମୋଟ ୨୩୪ ବିଧାନସଭା ସିଟ୍‌ରେ ଆସନ୍ତା ଏପ୍ରିଲ ୬ରେ ନିର୍ବାଚନ ହେବ । ସେହିପରି ବେଙ୍ଗଲର ୨୯୪ ସିଟ୍‌ରେ ମୋଟ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଉଭୟ ରାଜ୍ୟର ନିର୍ବାଚନ ଫଳାଫଳ ମେ ୨​‌ରେ ପ୍ରକାଶ ପାଇବ ।

   Related Posts