Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଚୀନ ଓ ପାକିସ୍ତାନକୁ ମୋଦୀଙ୍କ କଡା ବାର୍ତ୍ତା, ଆମକୁ ପରସ୍ପରର ସାର୍ବଭୌମତ୍ଵ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ କରିବା ଦରକାର

10/11/2020 at 4:06 PM

ନୂଆଦିଲ୍ଲୀ ୧୦।୧୧: ଲଦାଖରେ ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀର ବୈଠକ ମଙ୍ଗଳବାର ଆରମ୍ଭ ହୋଇଛି। ରୁଷରେ ଆୟୋଜିତ ଏସସିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀର ସମସ୍ତ ସଦସ୍ୟ ଦେଶ ପରସ୍ପରର କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରିବା ଉଚିତ୍।

ସାଙ୍ଘାଇ ସହଯୋଗ ସଂଗଠନ ଦେଶ ସହିତ ଭାରତର ମଜବୁତ ସାଂସ୍କୃତିକ ଓ ଐତିହାସିକ ସମ୍ଵନ୍ଧ ରହିଛି। ପାକିସ୍ତାନ ଓ ଚୀନକୁ କଡା ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯୋଗାଯୋଗ ବୃଦ୍ଧି ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ ଯେ, ଆମେ ପରସ୍ପରର ସାର୍ବଭୌମ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରିବା ଦରକାର। ଶିଖର ସମ୍ମିଳନୀକୁ ସମ୍ଵୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ଏହି କଥା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ଏସସିଓ ଏଜେଣ୍ଡାରେ ଦ୍ଵିପାକ୍ଷିକ ପ୍ରସଙ୍ଗକୁ ଉତ୍‌ଥାପନ କରିବା ପାଇଁ ଅଯଥା ପ୍ରୟାସ ହୋଇଛି। ଏହା ଏସସିଓ ଚାର୍ଟର ଏବଂ ସାଙ୍ଘାଇ ଭାବନାର ଉଲ୍ଲଂଘନ କରୁଛି। ଆମେ ସର୍ବଦା ଆତଙ୍କବାଦ, ଅବୈଧ ଅସ୍ତ୍ର ଶସ୍ତ୍ରର ତସ୍କରି, ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ବିରୋଧରେ ସ୍ଵର ଉତ୍ତୋଳନ କରି ଚାଲିବୁ।c

   Related Posts