ରଥଯାତ୍ରା ପାଇଁ ଆମେ ପ୍ରସ୍ତୁତ: ପୁରୀ ଜିଲ୍ଲାପାଳ

Published By : Prameya-News7 Bureau | June 22, 2020 IST

ପୁରୀ୨୨/୬: ରଥଯାତ୍ରା ନେଇ ପୁରୀ ଜିଲ୍ଳା ପ୍ରଶାସନର ଚୂଡ଼ାନ୍ତ ନିଷ୍ପତ୍ତି  ସାମ୍ନାକୁ ଆସିଛି। ପୁରୀ ଜିଲ୍ଲାପାଳ ପ୍ରଶାସନର ନିଷ୍ପତ୍ତିକ୍ରମେ, ରଥ ଯାତ୍ରା ପାଇଁ ଜିଲ୍ଳା ପ୍ରଶାସନ ପ୍ରସ୍ତୁତ ଅଛି।ଏ ନେଇ ଜିଲ୍ଲା ପ୍ରଶାସନ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରଥଯାତ୍ରା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମେତ କିଛି ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ଆରମ୍ଭ ହୋଇଥିଲା। ଜିଲ୍ଳା ପ୍ରଶାସନ କହିଛନ୍ତି ଯେ, ଆମେ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତ ଅଛୁ। ସମସ୍ତେ ମାସ୍କ ପିନ୍ଧି ରଥଯାତ୍ରା କାର୍ଯ୍ୟ ସମ୍ପାଦନ କରିବେ। ପ୍ରତ୍ୟେକ ବିଭାଗ କିପରି ସେମାନେ ନିଜର କାର୍ଯ୍ୟ କରିବେ ନେଇ ଆଲୋଚନା ହୋଇଛି। ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଏହି ସଂପର୍କରେ ସୂଚନା ଦେଇଛନ୍ତି। ଏହାସହ ପୁରୀ ପ୍ରଶାସନ ପକ୍ଷରୁ ରଣଜିତ କୁମାର ନିଜର ପକ୍ଷ ରଖିଛନ୍ତି।

ବର୍ତ୍ତମାନ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ଶୁଣାଣି ଚାଲିଛି । ଏହି ସମୟରେ ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୋଲିସ ମହାନିର୍ଦେଶକ ଅଭୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଭୟ ପୁରୀ ଗସ୍ତରେ ଯାଇଛନ୍ତି । ପୁରୀରେ ରହି ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିବେ।

ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠରେ ଚାଲିଛି ରଥଯାତ୍ରା ମାମଲାର ଶୁଣାଣି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠରେ ଶୁଣାଣି ଚାଲିଛି । ଜଷ୍ଟିସ୍‌ ବୋବଡେ, ବୋପନ୍ନା ଓ ମାହେଶ୍ବରୀଙ୍କ ଖଣ୍ଡପୀଠରେ ଶୁଣାଣି ଜାରି ରହିଛି । ନାଗପୁରରୁ ଶୁଣାଣିରେ ଯୋଡି ହୋଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ । ଏହି ଖଣ୍ଡପୀଠ ଜୁନ୍‌ ୧୮ ତାରିଖରେ ରଥଯାତ୍ରା ଉପରେ ସ୍ଥଗିତାଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.