Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କରୋନାକୁ ମାତ ଦେବାରେ ଆମେ ନିଶ୍ଚୟ ସଫଳ ହେବା : ଦୃଷ୍ଟି ଦେବା ଏହି ୭ଟି ଗୁରୁତ୍ୱପୂର୍ଣ ତଥ୍ୟ ଉପରେ

22/03/2020 at 11:38 AM

ନୂଆଦିଲ୍ଲୀ ୨୨/୦୩ : କରୋନାକୁ ନେଇ ସାରା ବିଶ୍ୱ ଭୟଭୀତ | ଏହି ଭାଇରସରେ ସଂକ୍ରମିତ ହୋଇ ଏବେ ଯାଏଁ ହଜାର ହଜାର ଲୋକ ପ୍ରାଣ ହରାଇ ସାରିଲେଣି | ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି | ଯେଉଁଥିପାଇଁ ସାରା ବିଶ୍ୱ ବର୍ତ୍ତମାନ ନାନା ସଙ୍କଟ ଦେଇ ଗତି କରୁଛି | ତେବେ କରୋନାକୁ ନେଇ ଆମେ ଭୟଭୀତ ହେବା ଆବଶ୍ୟକ କି ? ଏମିତି କିଛି ତଥ୍ୟ ରହିଛି ଯାହା ଅନୁଯାୟୀ ଆମକୁ ଏତେ ଭୟଭୀତ ହେବା ଆବଶ୍ୟକ ନାହିଁ | ତଥ୍ୟ ଅନୁସାରେ ସବୁଠାରୁ ମହତ୍ଵପୁର୍ଣ ତଥ୍ୟ ହେଲା ପରସ୍ପର ଠାରୁ ଆବଶ୍ୟକ ମୁତାବକ ଦୂରତା ବଜାୟ ରଖିବା | ଅନ୍ୟଟି ହେଲା ସାମୁହିକ ମିଳାମିଶା କମ କରିବା | ଡାକ୍ତରଙ୍କ ଅନୁଯାୟୀ ୭ଟି ଦିଗ ପ୍ରତି ଧ୍ୟାନ ଦେଲେ ଆମେ କରୋନାକୁ ମାତ ଦେଇପାରିବ | ଆସନ୍ତୁ ଜାଣିବା ସେହି ୭ଟି ମହତ୍ଵପୁର୍ଣ ତଥ୍ୟ ସମ୍ପର୍କରେ :

୧. କରୋନାକୁ ଭୟ କରିବା ଆବଶ୍ୟକ ନୁହେଁ | ଏହି ଭାଇରସ ଯୋଗୁଁ ବିଶ୍ୱର ମୃତ୍ୟୁ ହାର ୩ ପ୍ରତିଶତ | ୯୭ ପ୍ରତିଶତ ରୋଗୀ ସୁସ୍ଥ ହୋଇଯାନ୍ତି | ଯେଉଁ ୩ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥାଏ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାପ୍ତ ବୟସ୍କ ହୋଇଥାନ୍ତି | ଏମାନଙ୍କ ମଧ୍ୟରୁ କିଛି ଶ୍ୱାସ ରୋଗୀ ହୋଉଥାନ୍ତି | ଆଉ କିଛି ଡାଏବେଟିସ, ଏଡ୍ସ, ଉଚ୍ଚ ରକ୍ତଚାପ ରୋଗୀ, କ୍ୟାନସର ରୋଗୀ ହୋଇଥାନ୍ତି ଯେଉଁମାନେ ଚିକିତ୍ସିତ ହେଉଥାନ୍ତି | ସୁସ୍ଥ ବ୍ୟକ୍ତି ସୁରକ୍ଷିତ | ଯେଉଁମାନେ ସମ୍ପୂର୍ଣ ସୁସ୍ଥ ତାଙ୍କୁ ସଂକ୍ରମଣ ହେବାର ସମ୍ଭାବନା ବହୁତ କମ | ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ସେମାନଙ୍କୁ ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା କମ | କିନ୍ତୁ ଏହାର ମାନେ ନୁହେଁ ଯେ ଆମେ ସାବଧାନ ରହିବା ନାହିଁ | ନିଜେ ସୁରକ୍ଷିତ ରହିବା ସାବଧାନ ରହିବା |

୨. ଭାଇରସକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଜାଗ ହୋଇସାରିଛନ୍ତି | ପ୍ରଧାନମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ସଜାଗ | ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରିଛନ୍ତି | ଅନ୍ତର୍ଜାତୀୟ ରଣନୀତି ଜରିଆରେ ଏବଂ ସମସ୍ତ ରାଜ୍ୟ ସହ ସମନ୍ୱୟ ରକ୍ଷା କରି ସଠିକ ପଦକ୍ଷେପ ନେବାରେ ଆଗକୁ ବଢୁଛି | ସେଥିପାଇଁ ଭାରତରେ କରୋନା ଏବେଯାଏଁ ଦ୍ୱିତୀୟ ଷ୍ଟେଜରେ ରହିଛି | ସାମ୍ପ୍ରଦାୟିକ ଦୂରତା ସ୍ଥାପନା ନକରି ଅନ୍ୟ ଦେଶଗୁଡିକ ତୃତୀୟ ଷ୍ଟେଜରେ ରହିଛି | କିନ୍ତୁ ଭାରତରେ ଲୋକେ ଏଥିପ୍ରତି ଯଥେଷ୍ଟ ସଚେତନ ଅଛନ୍ତି ଯେଉଁଥିପାଇଁ ଭାରତରେ କରୋନା ଦ୍ୱିତୀୟ ଷ୍ଟେଜରେ ରହିଛି ଏବଂ ଆଗକୁ ନ ବଢିବାର ମଧ୍ୟ ସମ୍ଭାବନା ରହିଛି | ଯଦିବା ଭାରତ ତୃତୀୟ ଷ୍ଟେଜକୁ ଯାଏ ତାହେଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣାଧୀନ ରହିବା କାରଣ ଭାରତ ସରକାର ଏଥିପ୍ରତି ସଚେତନ |

୩. ତୃତୀୟ କାରଣ ନିଜକୁ ସୁରକ୍ଷିତ ରଖି ଏଥିରୁ ସଂକ୍ରମିତ ହେବାରେ ରକ୍ଷା ପାଇହେବ | ଏଥିରୁ ସୁରକ୍ଷିତ ରହିବା ପାଇଁ ୨ଟି ଉପାୟ ଅଛି | ପ୍ରଥମତଃ ନିଜ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା, ନିଜ ହାତ ସଫା ରଖିବା, ବାରମ୍ବାର ହାତକୁ ସାବୁନ କିମ୍ବା ହ୍ୟାଣ୍ଡୱାସରେ ଧୋଇବା | ଦ୍ୱିତୀୟତଃ, ଖସିବା କିମ୍ବା ଛିଙ୍କିବା ସମୟରେ ମୁହଁରେ ରୁମାଲ କିମ୍ବା ଟିସୁ ପେପର ଦେଇ ଛିଙ୍କିବା | ପରସ୍ପର ଠାରୁ ଦୂରତା ବଜାୟ ରଖିବା | ସମସ୍ତେ ସଚେତନ ହେଲେ ଏହି ଭାଇରସକୁ ବ୍ୟାପିବାରେ ରୋକା ଯାଇପାରିବ |

୪. କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଛନ୍ତି | ମହାମାରୀ ଆଗରୁ ମଧ୍ୟ ଆସିଛି | ୨୦ ବର୍ଷ ପୂର୍ବରୁ ସାର୍ଶ ରୋଗ ଆସିଥିଲା | କିନ୍ତୁ ୨୦୦୩ ମସିହା ପରେ ଏହି ରୋଗର ଗୋଟିଏ ମାମଲା ଆସିନଥିଲା | ସାର୍ଶରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା | ଏହି ରୋଗରେ ୧୦ ପ୍ରତିଶତ ଲୋକ ପ୍ରାଣ ହରାଇଥିଲେ | ଗରମ ବଢିଗଲେ ଶ୍ୱାସଯୁକ୍ତ ଭୁତାଣୁ କାୟା ବିସ୍ତାର କରିବାରେ ସକ୍ଷମ ହୋଇନଥାଏ | ଗରମ ପ୍ରଭାବରେ ଭୁତାଣୁ ବଞ୍ଚି ନଥାଏ | କିନ୍ତୁ କରୋନା ସମ୍ପର୍କରେ ଇବାଯାଏଁ ତାହା ସ୍ପଷ୍ଟ ହୋଇପାରିନାହିଁ |

୫. ବର୍ତ୍ତମାନ ପରିସ୍ଥିତିରେ ସମଗ୍ର ବିଶ୍ୱ ଏହି ଭାଇରସ ସହ ଲଢ଼ିବା ପାଇଁ ଏକଜୁଟ ହୋଇଛି | ବର୍ତ୍ତମାନ ଦୁନିଆରେ ଅନେକ ଦକ୍ଷ ଚିକିତ୍ସକ, ବୈଜ୍ଞାନିକ, ଅନୁସନ୍ଧାନକର୍ତ୍ତା ଅଛନ୍ତି | କରୋନା ଭାଇରସ ଟୀକା ପ୍ରସ୍ତୁତ କରିବା ପାଇଁ ଅନେକ ଦେଶ ଉଦ୍ୟମ କରୁଛି | ବୈଜ୍ଞାନିକ ଓ ଡାକ୍ତରମାନେ ଏଥିପାଇଁ ଦିନରାତି ରିସର୍ଚ୍ଚ କରୁଛନ୍ତି | ନିକଟ ଭବିଷ୍ୟତରେ ଟୀକା ମଧ୍ୟ ଉପଲବ୍ଧ କରାଯିବ |  

୬. ଏହି ଭାଇରସ ସହ ଲଢ଼ିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି | ଏଥିପାଇଁ କୌଣସି ବିଶେଷ ମାସ୍କର ମଧ୍ୟ ଆବଶ୍ୟକତା ନାହିଁ | କେବଳ ଅସୁସ୍ଥ ବ୍ୟକ୍ତି ଓ ତାଙ୍କ ପରିବାର ବର୍ଗ ଏବଂ ଯେଉଁମାନେ ହସ୍ପିଟାଲରେ କାମ କରୁଛନ୍ତି ସେମାନଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକ | ସୁସ୍ଥ ଲୋକ ମାସ୍କ ବ୍ୟବହାର କରିବା ଆବଶ୍ୟକ ନୁହଁ | କିନ୍ତୁ ସମସ୍ତେ ସଫାସୁତୁରା ରହିବା ଉଚିତ | ସବୁଠାରୁ ସୁରକ୍ଷିତ ସାବୁନ, ପାଣି ଓ ସାନିଟାଇଜର | ଏହିସବୁ ଉପାୟ ଦ୍ୱାରା ଏହି ଭାଇରସକୁ ବ୍ୟାପିବାରେ ରୋକା ଯାଇପାରିବ |

୭. ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ ସରକାର ଏକ ବଡ ଘୋଷଣା କରିଛନ୍ତି | କେବଳ ସରକାରୀ ନୁହଁ ବରଂ ଭାଇରସ ପରୀକ୍ଷା ବର୍ତ୍ତମାନ ଘରୋଇ ହସ୍ପିଟାଲରେ ମଧ୍ୟ କରାଯିବ | ସରକାରଙ୍କ କହିବାନୁଯାୟୀ, ଦେଶରେ ଶିକ୍ଷିତ ଲୋକଙ୍କ କମି ନାହିଁ | ଷ୍ଟାର୍ଟ ଅପ, ଷ୍ଟାଣ୍ଡିଙ୍ଗ ଇଣ୍ଡିଆରେ ଅନେକ ଏକ୍ସପର୍ଟ ଅନେକ ନୂଆ ନୂଆ ଜିନିଷ ଆଣିବାକୁ ଉଦ୍ୟମ କରୁଛନ୍ତି | ୩ଡି ପ୍ରିଣ୍ଟିଙ୍ଗ କରୁଛନ୍ତି | ରୋବଟିକ୍ସରେ ମଧ୍ୟ ରିସର୍ଚ୍ଚ ଜାରି ରହିଛି | ସଂକ୍ରମଣ ନିୟନ୍ତ୍ରଣ କରିବା ଭଳି ବହୁତ ଜିନିଷ ଏଥିରେ ସାମିଲ କରାଯାଉଛି |

   Related Posts