ସାର୍କ ଦେଶକୁ ସମ୍ଵୋଧିତ କଲେ ମୋଦୀ, କହିଲେ ‘ହାରିବ କରୋନା’, ଦେଲେ ଏକ କୋଟି ଡଲାର

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫।୦୩: କରୋନା ଭୂତାଣୁର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବ ଉପରେ ରବିବାର ସନ୍ଧ୍ୟାରେ ସାଉଥ ଏସିଆନ ଆସୋସିଏସନ ଫର ରିଜିଓନାଲ କୋ ଅପରେସନ(SAARC) ଦେଶର ପ୍ରମୁଖଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍-୧୯ ଜରୁରକାଳୀନ ଫଣ୍ଡ କରିବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଭାରତ ପକ୍ଷରୁ ଏ ନେଇ ୧ କୋଟି ଡଲାର ଦେବାକୁ ଘୋଷଣା କରାଯାଇଛି। ଭାରତ ଦ୍ଵାରା ଉଠାଯାଇଥିବା ଏହି ପଦକ୍ଷେପ ବିଷୟରେ ସୂଚନା ଦିଆଯାଇଛି। ସାର୍କ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି ଏବଂ ଏକାଠି ମିଶି ଏହି ଆହ୍ଵାନର ମୁକାବିଲା ଲାଗି ସମ୍ମତି ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମଗ୍ର ଦୁନିଆର ୨୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ସାର୍କ ଦେଶରେ କରୋନା ସଂକ୍ରମିତଙ୍କ ମାମଲା କମ୍ ରହିଛି ମାତ୍ର ସମସ୍ତ ଦେଶ ମିଶି ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ଉଚିତ୍। ସେ କହିଛନ୍ତି, ଆମକୁ ଏକାଠି ମିଶି କରୋନାର ମୁକାବିଲା କରିବାକୁ ପଡିବ।

{"id":238908,"width":763,"height":400,"sizeSlug":"large"}

ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କୋଭିଡ୍-୧୯କୁ ମହାମାରୀ ଘୋଷଣା କରିଛନ୍ତି। ସାର୍କ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମ ରହିଛି। ଅଦ୍ୟାବଧି ସାର୍କ ଦେଶରେ ୧୫୦ କେସ୍ ସାମ୍ନାକୁ ଆସିଛି। ସାର୍କ ଦେଶରେ ଦୁନିଆର ଏକ ପଞ୍ଚମାଂଶ ଲୋକ ବାସ କରନ୍ତି। ଆମ ଲୋକଙ୍କ ମଧ୍ୟରେ ସଂପର୍କ ବହୁତ ମଧୁର ରହିଛି ଏବଂ ଜଣେ ଅନ୍ୟ ଜଣଙ୍କ ସହ ଆତ୍ମୀୟତାର ସହ ଜଡିତ ଅଛି। ଏଥିପାଇଁ ଆମକୁ ଏକାଠି ମିଶି ପ୍ରସ୍ତୁତ କରିବା ଉଚିତ୍। ମିଶି କାମ କରିବା ଉଚିତ୍ ଏବଂ ଆମ ସମସ୍ତଙ୍କୁ ସଫଳ ହେବାକୁ ପଡିବ ବୋଲି ମୋଦୀ କହିଛନ୍ତି।

ସାର୍କ ଦେଶର ପ୍ରତିନିଧିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭୂତାଣୁର ମୁକାବିଲା ଲାଗି ଭାରତ ଦ୍ଵାରା ଉଠାଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରସ୍ତୁତ ରୁହନ୍ତୁ ମାତ୍ର ବିଚଳିତ ହୁଅନ୍ତୁ ନାହିଁ। ମାତ୍ର ସମସ୍ୟାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଆମେ ସତର୍କତାମୂଳକ ପଦକ୍ଷେପ ନେବାକୁ ଉଦ୍ୟମ କରିଛୁ, ଯେଉଁଥିରେ ଗ୍ରେଡେଡ୍ ରେସପନ୍ସ ମେକାନିଜିମ ମଧ୍ୟ ସାମିଲ ରହିଛି। ଆମେ ଜାନୁଆରୀ ଦ୍ଵିତୀୟ ସପ୍ତାହରୁ ଭାରତକୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ ଆରମ୍ଭ  କରି ଦେଇଥିଲୁ। ଏହା ସହିତ ଆମେ ଧିରେ ଧିରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଉଛୁ। ଆମେ ଟିଭି, ପ୍ରିଣ୍ଟ ଓ ସାମାଜିକ ଗଣମାଧ୍ୟମରେ ସଚେତନା କାର୍ଯ୍ୟକ୍ରମ ଚଳାଇଛୁ।

{"id":238909,"width":746,"height":448,"sizeSlug":"large"}

ମୋଦୀ କହିଛନ୍ତି ଯେ, ଭାରତ ସମଗ୍ର ଦୁନିଆରେ ଫସିଥିବା ପ୍ରାୟ ୧୪୦୦ ଭାରତୀୟ ଓ ପଡୋଶୀ ଦେଶର ନାଗରିକଙ୍କୁ ସୁରକ୍ଷିତ ବାହାର କରିଛୁ। ଆମେ ବିଦେଶରେ ଫସିଥିବା ନିଜର ଲୋକଙ୍କୁ ରକ୍ଷା କରିଛୁ। ଏଥିପାଇଁ ଆମେ ନିଜର ମୋବାଇଲ୍ ଟିମକୁ କରୋନା ସଂକ୍ରମିତ ଦେରେ ମୁତୟନ କରିଛୁ। ଆମେ ଏବେ ଏମିତି ସ୍ଥିତିରେ ଅଛୁ, ଯେଉଁଠି ଜଣା ନାହିଁ ଆଗକୁ କଣ ହେବ। ଆମେ ଏବେ ଗୋଟିଏ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.