Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଆମେ ସମସ୍ତେ ଏକଜୁଟ୍ ହୋଇ ପରସ୍ପରକୁ ସାହାଯ୍ୟ କରିବା, ଭାରତୀୟଙ୍କୁ କରୋନାରୁ ରକ୍ଷା କରିବା: ପ୍ରିୟଙ୍କା ଗାନ୍ଧୀ

2/04/2020 at 10:02 PM

ଲକ୍ଷ୍ନୌ ୦୨।୦୪: ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ ତଥା ଉତ୍ତର ପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଧାର୍ମିକ ସଂସ୍ଥା, ମଠ, ଡେରା, ମନ୍ଦିର, ଇଦାର, ଗୁରୁଦ୍ଵାର ଓ ଚର୍ଚ୍ଚ ନାମରେ ଅପିଲ୍ କରି ଏକ ପତ୍ର ଲେଖିଛନ୍ତି।

ପ୍ରିୟଙ୍କା ଗାନ୍ଧୀ ନିଜ ପତ୍ରରେ ଲେଖିଛନ୍ତି ଯେ, ଆମର ଦେଶ କରୋନା ମହାମାରୀର ଭୟଙ୍କର ସଙ୍କଟ ଦେଇ ଗତି କରୁଛି। ମାନବ ଜାତି ଉପରେ ବିପଦର ପାହାଡ ପଡି ଯାଇଛି। ଦେଶରେ କୋଣ ଅନୁକୋଣରୁ ଲୋକେ ନିଜ ଘରକୁ ଭୋକ ଉପାସରେ ଫେରୁଛନ୍ତି। ଲୋକଙ୍କୁ ଜୀବିକା ହରାଇବାକୁ ପଡିଛି। ଶ୍ରମିକ ଏବଂ ଦିନ ମଜୁରିଆଙ୍କ କାମ ବନ୍ଦ ହୋଇ ଯାଇଛି। ଠେଲାବାଲାଙ୍କ ବେପାର ଠପ୍ ରହିଛି।

ସ୍ଥିତି ଏମିତି ହୋଇଛି ଯେ, ଲୋକେ ପେଟକୁ ଦାନା ପାଇଁ ସଂଘର୍ଷ କରୁଛନ୍ତି। ବୃଦ୍ଧ ରୋଗୀଙ୍କ ପାଖରେ ଔଷଧ ନାହିଁ। ପିଲାମାନେ ଭୋକରେ ବ୍ୟାକୁଳ ହେଉଛନ୍ତି। ଜାଗା ଜାଗାରୁ ମୋ ପାଖକୁ  ପ୍ରତିଦିନ ହୃଦୟ ବିଦାରକ ଦୃଶ୍ୟ ଓ ଖବର ଆସୁଛି।

ସେ ପତ୍ରରେ ଅପିଲ୍ କରିଛନ୍ତି ଯେ,  ଆପଣ ଏବଂ ଆପଣଙ୍କର ସଂସ୍ଥା ଶତାଧିକ ଏବଂ ହଜାର ହଜାର ବର୍ଷ ଧରି ମାନବଙ୍କ ସେବା କରି ଆସୁଛନ୍ତି। ସମସ୍ତଙ୍କୁ ସଠିକ୍ ମାର୍ଗ ଦେଖାଉଛନ୍ତି। ମାନବ ସେବା ହିଁ ସବୁଠୁ ବଡ ପୁଣ୍ୟ ସେବା। ଆପଣଙ୍କଠୁ ଆମ ସମସ୍ତଙ୍କୁ ପ୍ରେରଣା ମିଳୁଛି।

ଉଲ୍ଲେଖଯୋଗ୍ୟ ଉତ୍ତର ପ୍ରଦେଶ କଂଗ୍ରେସ କମିଟି କରୋନା ମହାମାରୀରେ ଲୋକଙ୍କ ସାହାଯ୍ୟ କରୁଛନ୍ତି। ସେ ପତ୍ରରେ ଲେଖିଛନ୍ତି ଯେ, ଉତ୍ତର ପ୍ରଦେଶର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ କଂଗ୍ରେସର ସିପାହୀ ହୋଇ ଗରିବଙ୍କୁ ସାହାଯ୍ୟ କରିବାକୁ କହିଛି। ଯଦି ଆପଣଙ୍କୁ ଆପଣଙ୍କର ଜନସେବା କାର୍ଯ୍ୟରେ କର୍ମୀ ଦରକାର ତେବେ ଆପଣ ଜିଲ୍ଲା ଟିମ୍ ସହ ଯୋଗାଯୋଗ କରି ପାରିବେ। ଆମର ସାଥୀ ଗରିବଙ୍କ ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ପହଞ୍ଚାଇବାରେ ସାହାଯ୍ୟ କରିବେ। ମୋତେ ବିଶ୍ଵାସ ଯେ, ଏହି ଲଢେଇରେ ସମସ୍ତେ ଏକଜୁଟ୍ ହୋଇ ଜଣେ ଅନ୍ୟ ଜଣଙ୍କ ସାହାଯ୍ୟ କରି କରୋନା ମହାମାରୀରୁ ଭାରତବାସୀଙ୍କୁ ରକ୍ଷା କରିବାକୁ ପ୍ରୟାସ କରିବା।

   Related Posts