Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଓମିକ୍ରନକୁ ନେଇ ଲେଖକ କୋଡ୍ରିଂଟନଙ୍କ ଆପତ୍ତି, କହିଲେ ଭୂତାଣୁର ଆମେ ସନ୍ଧାନ କରିଛୁ, ଆମ ଦେଶରୁ ବ୍ୟାପିନି

27/11/2021 at 10:19 PM

ଜୋହନ୍ସବର୍ଗ ୨୭।୧୧: କରୋନାର ନୂଆ ଓ ସଂକ୍ରାମକ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକାରେ ମିଳିବା ନେଇ ହେଉଥିବା ଚର୍ଚ୍ଚାରେ ଲେଖକ, ଫ୍ୟୁଚରିଷ୍ଟ ଓ ରଣନୀତିକାର ଗ୍ରେମ କୋଡ୍ରିଂଟନ ଘୋର ଆପତ୍ତି କରିଛନ୍ତି। କଡ୍ରିଂଟନ ଶନିବାର କହିଛନ୍ତିଯେ ଭୂତାଣୁର ଏହି ପ୍ରକାର ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇନାହିଁ, ଏଠାରେ ଆମେ ଏହାର ସନ୍ଧାନ କରିଛୁ। ଏଣୁ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ସେ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଓମିକ୍ରନ ଦକ୍ଷିଣ ଆଫ୍ରିକାରୁ ବ୍ୟାପି ନାହିଁ। ଏହା ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଫ୍ରାନ୍ସ ଓ ଭାରତ ସମେତ ଅନେକ ଦେଶରେ ମିଳିଛି। ଏହା ଆମ କେବଳ ଏହାର ସନ୍ଧାନ କରିଛୁ। ଏଣୁ ଦକ୍ଷିଣ ଆଫ୍ରିକାକୁ ଭୂତାଣୁ ଲାଗି ବଦନାମ କରା ନଯାଉ। ସେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରେ ସଂକ୍ରାମକ ରୋଗ ସୁରକ୍ଷାର ସବୁଠୁ ପରିଷ୍କୃତ ଓ ଉନ୍ନତ ଭିତ୍ତିଭୂମି ରହିଛି। ବିଶ୍ୱର ପ୍ରାୟ ମହାମାରୀ ବୈଜ୍ଞାନିକ ଦକ୍ଷିଣ ଆଫ୍ରିକାରେ ରହି କାମ କରୁଛନ୍ତି। ଆମେ ଟିବି, ଏଡସ ଓ ଆଫ୍ରିକା ମହାଦ୍ୱୀପକୁ ଧ୍ୱଂସ କରିବା ପରି ବେମାରୀର ଚିହ୍ନଟ ଓ ଏହାର ଚିକିତ୍ସା ମଧ୍ୟ କରିଥିବାର ପ୍ରମାଣ ଥିବା କହିଛନ୍ତି।

ସେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକୀୟ ଚିକିତ୍ସା ବ୍ୟବସ୍ଥା ସର୍ବ ପ୍ରଥମେ କୋଭିଡ ଭାରିଏଣ୍ଟ ନେଇ ବିଶ୍ୱକୁ ସୂଚନା ଦେଇଛି।  ଟିକା ପରୀକ୍ଷଣରେ ବି ଆମେ ବିଶ୍ୱର ନେତୃତ୍ୱ ନେଇଥିଲୁ। ଏଥିରେ ମିଡିଆ କରୁଥିବା ପ୍ରଚାର ଦକ୍ଷିଣ ଆଫ୍ରିକାରେ କୋଭିଡର ନୂଆ ଭାରିଏଣ୍ଟ ମିଳିଲା ଏହା ବିଲକୁଲ ଭୁଲ ବୋଲି କହିଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଭୂତାଣୁର ଏହି ପ୍ରକାର  ଗୋପନରେ ବ୍ୟାପିବା ପରେ ପ୍ରଥମେ ଦକ୍ଷିଣ ଆଫ୍ରିକା ଏହାର ସନ୍ଧାନ କରିବା ସହ ଭୂତାଣୁକୁ ଆଇସୋଲେଟ କରିଥିଲା ଓ ଏହାର ସିକ୍ୱେନସିଂ ହେଲା। ତେବେ ଯାଇ ଭୂତାଣୁର ନୂଆ ଭାରିଏଣ୍ଟ ସମ୍ପର୍କରେ ବିଶ୍ୱ ସତର୍କ ହୋଇଛି।

ଏହମାନେ ନୁହେଁ ଯେ ଦକ୍ଷିଣ ଆଫ୍ରିକାରେ ଭୂତାଣୁର ନୂଆ ପ୍ରକାର ମିଳିଛି ଓ  ମହାଦ୍ୱୀପ ଅସୁରକ୍ଷିତ ବୋଲି ସେ କହିଛନ୍ତି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ଶୁକ୍ରବାର ଭୂତାଣୁର ଏହି ପ୍ରକାରକୁ ଚିନ୍ତାଜନକ ବୋଲି କହିଛନ୍ତି। ଯାହାର ନାମକରଣ ଗ୍ରୀକ ଶବ୍ଦରେ କରାଯାଇଛି ଯେପରି ଏହା କୌଣସି ଦେଶର ପରିଚୟ ନ ପାଲଟେ। ଡେଲ୍ଟାକୁ ନେଇ ମଧ୍ୟ ଏହିପରି ଭାରତର ନାମ ଆସିଥିଲା ବୋଲି ସେ କହିଛନ୍ତି।

   Related Posts