ଖୁସି ଖବର: ୭୧୮ ଜିଲ୍ଲାରୁ ୪୦୦ ଜିଲ୍ଲା କରୋନା ମୁକ୍ତ, ସ୍ଵାସ୍ଥ୍ୟ ମନ୍ତ୍ରୀ କହିଲେ- ସେଠାରେ କରୋନାକୁ ପ୍ରବେଶ କରାଇ ଦେବୁନି

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫।୦୪: ଦେଶର ୭୧୮ ଜିଲ୍ଲା ମଧ୍ୟରୁ ୪୦୦ ଜିଲ୍ଲା କରୋନା ମୁକ୍ତ ରହିଛି। ଏହି ସବୁ ଜିଲ୍ଲାରେ କରୋନାର ଚିହ୍ନ ବର୍ଣ୍ଣ ହିଁ ନାହିଁ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହାର ସୂଚନା ଦେଇ କହିଛନ୍ତି ଯେ, ସରକାର ସେହି ଜିଲ୍ଲାଗୁଡିକୁ ସଠିକ୍ ଚିହ୍ନଟ କରିବାରେ ସଫଳ ହୋଇଛି ଯେଉଁଠି କରୋନା ଭାଇରସ୍ ପହଞ୍ଚି ସାରିଛି। ସରକାର ଏବେ ସଂକ୍ରମିତ ହୋଇନଥିବା ୪୦୦ ଜିଲ୍ଲାକୁ କରୋନା ଭାଇରସ୍‌ ମୁକ୍ତ ରଖିବା ଦିଗରେ ଯଥା ସମ୍ଭବ ଉଦ୍ୟମ କରୁଛି। ଏହି ସବୁ ଜିଲ୍ଲାରେ କରୋନ ପହଞ୍ଚିବାକୁ ଦେବୁ ନାହିଁ। ସେ କହିଛନ୍ତି ଯେ, କରୋନା ସଙ୍କଟ ଦୃଷ୍ଟିରୁ ଭାରତ ପାଇଁ ଆଗାମୀ ୨-୩ ସପ୍ତାହ ବହୁତ ମହତ୍ଵପୂର୍ଣ୍ଣ ରହିଛି।

ସେ କହିଛନ୍ତି ଭାରତ ସେହି ଦେଶରେ ସାମିଲ ଯିଏ କରୋନା ଭାଇରସ୍‌ ସଂକ୍ରମଣର ଖବର ମିଳିବା ମାତ୍ରେ ପଦକ୍ଷେପ ନେବା ଆରମ୍ଭ କରିଛି। ଚୀନରେ ପ୍ରଥମ ସଂକ୍ରମିତ ବ୍ୟକ୍ତି ଜାନୁଆରୀ ୭ରେ ଚିହ୍ନଟ ହୋଇଥିଲେ। ଆମେ ଏହାର ପରବର୍ତ୍ତୀ ଦିନ ଜାନୁଆରୀ ୮ରେ ବିଶେଷଜ୍ଞ ଦଳଙ୍କ ବୈଠକ ଡକାଇଥିଲୁ। ଜାନୁଆରୀ ୧୭ରେ କେନ୍ଦ୍ର ସରକାର ହେଲ୍‌ଥ ଆଡଭାଇଜରୀ  ଜାରି କରିଥିଲେ।

wp:core-embed/twitter {"url":"https://twitter.com/ANI/status/1250400835210809348?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fwe-are-trying-to-keep-those-400-districts-corona-free-where-virus-did-not-enter-yet-says-harsh-vardhan%2Farticleshow%2F75161612.cms","type":"rich","providerNameSlug":"twitter","className":""}
https://twitter.com/ANI/status/1250400835210809348?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fwe-are-trying-to-keep-those-400-districts-corona-free-where-virus-did-not-enter-yet-says-harsh-vardhan%2Farticleshow%2F75161612.cms
/wp:core-embed/twitter

ହର୍ଷବର୍ଦ୍ଧନ କହିଛନ୍ତି ବିହାରରେ ସମସ୍ୟା ଏବେ ମଧ୍ୟ ନିୟନ୍ତ୍ରଣ ହୋଇ ନାହିଁ। ମହାରାଷ୍ଟ୍ରରେ ସ୍ଥିତି ନିଶ୍ଚିତ ଭାବେ ଗମ୍ଭୀର ରହିଛି, ବିଶେଷ କରି ମୁମ୍ବାଇର ସ୍ଥିତି ଚିନ୍ତାଜନକ। ଏହି ପରି କର୍ଣ୍ଣାଟକରେ ମଧ୍ୟ ଅବସ୍ଥା ବିଗିଡିଛି। ମାତ୍ର ଏହି ତିନି ରାଜ୍ୟର ସଚିବଙ୍କ ଆତ୍ମ ବିଶ୍ଵାସ ଦେଖି ବହୁତ ଭଲ ଲାଗୁଛି। ମହାରାଷ୍ଟ୍ରର ସଚିବ ବହୁତ ବିଶ୍ଵାସର କହିଛନ୍ତି, ଆମେ ଏହାର ଧ୍ୟାନ ରଖିବୁ।

ଅନ୍ୟପଟେ ଆସାମ ସରକାର କୋଭିଡ୍-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନୂତନ ନିର୍ଦ୍ଦେଶ ଆଧାରରେ ଦେଶରେ ନିର୍ମିତ ବିଦେଶୀ ମଦର ରାଜ୍ୟର ସମସ୍ତ ଦୋକାନ, ବଟଲିଙ୍ଗ ପ୍ଲାଣ୍ଟ୍ସ, ଡିଷ୍ଟଲରିଜ ଓ ବ୍ରୁଅରିଜ୍ ବନ୍ଦ ରହିବ।

ଉଲ୍ଲେଖଯୋଗ୍ୟ, ସମଗ୍ର ଦେଶରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟି ୧୧,୯୩୩ରେ ପହଞ୍ଚିଛି। ଏହି ମହାମାରୀରେ ୩୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୪୪ ଜଣ ସୁସ୍ଥ ହୋଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.