ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ, ଟ୍ବିନ୍ ସିଟି ପାଇଁ ବେଶୀ ଚିନ୍ତା : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | July 17, 2021 IST

ଭୁବନେଶ୍ବର ୧୭।୭: ଭାରତ ସରକାରଙ୍କ ପୂର୍ବ ପ୍ରସ୍ତୁତି ବହୁତ ସ୍ବାଗତଯୋଗ୍ୟ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ବିଶ୍ବରେ କିଛି ଦେଶର ସଂକ୍ରମଣ ହାର ବଢୁଛି । ଯଦିଓ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହୁଛି କିନ୍ତୁ ସଂକ୍ରମଣ ବଢୁଛି । ଆମେ ପୂର୍ବରୁ ବି ଦେଖିଛେ ଗୋଟିଏ ଲହର ୩ରୁ ୪ ମାସ ରହୁଛି । ସେଥିପାଇଁ ତାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ପଡିବ ।  ଏହି ସଜାଗ କହିଲେ ସ୍ବାସ୍ଥ୍ୟ ବିଭାଗ ବା ସରକାରଙ୍କ ପକ୍ଷରୁ କିଛି ଆକ୍ଟିଭିଟି କରାଯିବ । କମ୍ୟୁନିଟି ବି ତାକୁ ମାନିବେ । କିଛି ଏନଫୋର୍ସମେଣ୍ଟ ହେବ । ଏହିଭଳି ଯାହା କାର୍ଯ୍ୟ ଅଛି ତାହା ଚାଲିବ ।  ଆମେ ସମସ୍ତେ ସମସ୍ତଙ୍କର ଦାୟିତ୍ବ ନିର୍ବାହ କରିବା ଦରକାର ।  

ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ ।  ଆମର ସର୍ଭିଲାନ୍ସ ଟିମ୍ ପ୍ରସ୍ତୁତ ଅଛନ୍ତି । ଟେଷ୍ଟିଂକୁ ବଢ଼ାଇବା କାର୍ଯ୍ୟ ଜାରି ରହିଛି । ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି । ମାତ୍ର ଟିକା ନିଅନ୍ତୁ ବା ନନିଅନ୍ତୁ କି ରୋଗ ଥାଉ କି ନଥାଉ ଆପଣମାନେ କୋଭିଡ୍ କଟକଣା ମାନନ୍ତୁ । କାରଣ କୋଭିଡ୍ ଏବେ ବି ଆମ ପରିବେଶ ଭିତରେ ବୁଲୁଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ବି ଆମ ରାଜ୍ୟରେ ସେକେଣ୍ଡ ୱେଭ ଜାରି ରହିଛି ।  ବିଭିନ୍ନ ସମୟରେ ଏହା ଉପର ତଳ ହେଉଛି । ବିଶେଷ କରି ଆମର କଟକ, ଭୁବନେଶ୍ବର ପାଇଁ କିଛିଟା ଚିନ୍ତା ରହିଛି । ଆମେ ଆହୁରି ଏନଫୋର୍ସମେଣ୍ଟ କରିବାକୁ ଚିନ୍ତା କରୁଛୁ ।  ଟିକା ନେବା ପରେ ବି ଲୋକମାନେ ସଂକ୍ରମିତ ହେଉଛନ୍ତି । ମାତ୍ର ସେହି କ୍ଷେତ୍ରରେ ସିଭିୟରିଟି କମ୍ ରହୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.